ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲାରେ ନୂଆମୋଡ ! ମୃତକଙ୍କ ମାଙ୍କ ସାଂଘାତିକ ଅଭିଯୋଗ, କହିଲେ ତାନିଆଙ୍କୁ ହଇରାଣ କରୁଥିଲେ ଆଇଏଏସ ଅଫିସରଙ୍କ ଝିଅ

23

କନକ ବ୍ୟୁରୋ : ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲର ଛାତ୍ରୀ ଆତ୍ମହତ୍ୟା ମାମଲାରେ ନୂଆମୋଡ । ମୃତକ ଛାତ୍ରୀ ତାନିଆ ବାନାର୍ଜିଙ୍କ ମାଆ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ତାନିଆଙ୍କ ଉପରେ ଚାପ ପକାଉଥିବା ଜୁନିୟର ଛାତ୍ରୀଙ୍କ ମଧ୍ୟରେ ଜଣେ ଆଇଏଏସ ଅଫିସରଙ୍କ ଝିଅ ଅଛନ୍ତି । ତେଣୁ ମାମଲାକୁ ଚପାଇ ଦେବା ପାଇଁ ସମ୍ପୃକ୍ତ ଆଇଏଏସ ଅଫିସର ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଥାନାରେ ହାଜର ହେବା ପାଇଁ ତାଙ୍କ ବାପା, ମାଆଙ୍କୁ ଡକାଯାଇଥିଲା । ସେମାନେ ଆଜି କ୍ୟାପିଟାଲ ଥାନାରେ ପହଂଚିବା ପରେ ପୁଲିସ ତାଙ୍କୁ ପଚରା ଉଚରା କରିଛି ।