ପିଲାଙ୍କ କଳିରୁ ଆତ୍ମହତ୍ୟା କଲେ ସ୍କୁଲ ଛାତ୍ରୀ ! ମା କହିଲେ, ହଷ୍ଟେଲରେ ଲିପଷ୍ଟିକ ଓ ପାଉଡର ନେଇ ପାଟିତୁଣ୍ଡ ଯୋଗୁଁ ଝିଅ ହାରିଦେଲା ଜୀବନ

49

କନକ ବ୍ୟୁରୋ :  ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲର ଗାର୍ଲସ୍ ହଷ୍ଟେଲ । ତାନିଆ ବାନାର୍ଜୀ । ଡିଏଭିର ବିକମ୍ ତୃତୀୟ ବର୍ଷର ଛାତ୍ରୀ । ତାନିଆ ସୋମବାର ରାତିରେ ଶେଷ ଥର କଥା ହୋଇଥିଲେ ମାଆଙ୍କ ସହ । ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ଚୋରଣୀ କହି ମାନସିକ ନିର୍ଯାତନା ଦେଇଥିବା କଥା ସେ ମାଆଙ୍କୁ କହିଥିଲେ । ଲିପଷ୍ଟିକ ଓ ପାଉଡର ଚୋରି କରିଥିବା ଅଭିଯୋଗରେ ତାଙ୍କ ରୁମ୍ ଭିତରେ ପଶି ଅନ୍ୟ ଝିଅମାନେ ଜିନିଷ ପତ୍ର ଫିଙ୍ଗା ଫୋପଡା କରିଥିବା କଥା ମଧ୍ୟ ମାଆଙ୍କୁ କହିଥିଲେ ତାନିଆ । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁୂଷ୍ଠାନ ଦାବି କରିଛନ୍ତି ମୃତ ତାନିଆଙ୍କ ପରିବାର ।

ବୁଧବାର ସକାଳ ସାଢେ ୮ଟାରେ ମିଳିଥିଲା ଛାତ୍ରୀ ତାନିଆଙ୍କ ମୃତଦେହ । ଘରର କବାଟ ଭିତରପଟୁ ଲକ୍ ହୋଇଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍କୁଲ କର୍ତ୍ତୃପକ୍ଷ କହୁଛନ୍ତି । ତେବେ କଣ ପାଇଁ ତାନିଆ ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପାଇଁ କିଏ ପ୍ରବର୍ତାଇଥିଲେ ତାନିଆଙ୍କୁ? ସତରେ କ’ଣ ଲିପଷ୍ଟିକ୍ ପାଇଁ ଯାଇଛି ତାନିଆଙ୍କ ଜୀବନ ନା ଏହା ପଛରେ ଲୁଚି ରହିଛି ଆଉ କିଛି ଷଡଯନ୍ତ୍ର? ଜବତ ସୁଇସାଇଡାଲ୍ ନୋଟରେ ତାନିଆ କାହା ବିଷୟରେ ଲେଖିଛନ୍ତି? ଏ ତମାମ ଦିଗକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି ।

ଲକ୍ଷ ଲକ୍ଷ ଟଙ୍କାକୁ ଖାତିର ନକରି ଉଚ୍ଚ ଶିକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରର ନାମୀ ସ୍କୁଲରେ ଝିଅକୁ ଆଡମିଶନ କରିଥିଲେ ବାପା ମାଆ । ହେଲେ ସେହି କ୍ୟାମ୍ପସର ବାତାବରଣ ଗୋଟିଏ ବୋଲି ଝିଅକୁ ସବୁଦିନ ପାଇଁ ତାଙ୍କଠୁ ଛଡାଇ ନେଇଗଲା ।