ଡିଏଭି ଛାତ୍ରୀ ମୃତ୍ୟୁ ନେଇ ବାପା ମାଙ୍କୁ ଦୋଷ ଦେଲେ ସ୍କୁଲ ପ୍ରିନ୍ସପାଲ ! କହିଲେ, ସବୁ ଜାଣିବି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣେଇଲେ ନାହିଁ କାହିଁକି ?

29

କନକ ବ୍ୟୁରୋ : ଡିଏଭି ଛାତ୍ରୀ ମୃତ୍ୟୁ ଘଟଣାରେ ସ୍କୁଲର ପ୍ରିନ୍ସପାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାର ତଦନ୍ତ ପାଇଁ ଅନ୍ତରୀଣ କମିଟି ଗଠନ ହୋଇଛି ।ପୁଲିସ ମଧ୍ୟ ଛାନଭିନ କରୁଛି । ଯଦି କେହି ଛାତ୍ରଛାତ୍ରୀ ଏଥିରେ ସଂପୃକ୍ତ ଥାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରିନ୍ସପାଲ କହିଛନ୍ତି । ଛାତ୍ରୀଙ୍କୁ ସିନିୟର ଛାତ୍ରୀମାନେ ହଇରାଣକରୁଥିବା ନେଇ କେହି ଅଭିଯୋଗ କରିନଥିଲେ ବୋଲି ସେ କହିଛନ୍ତି । ଗତକାଲି ଏହି ଘଟଣାରେ କିଛି ଛାତ୍ର ଓ ହଷ୍ଟେଲ ସୁପରିଟେଣ୍ଡେଂଟଙ୍କ ବୟାନ ରେକର୍ଡ ହୋଇଛି ।

ଗତକାଲି ୟୁନିଟ୍- ୮ଡିଏଭି ସ୍କୁଲ ହଷ୍ଟେଲରୁ ଛାତ୍ରୀଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଥିବା ଜଣାପଡିଥିଲା । ଘଟଣାସ୍ଥଳରେ ପୁଲିସ ପହଂଚି ଛାନଭିନ ଆରମ୍ଭ କରିଥିଲା । ଡିଏଭି ସ୍କୁଲ ପରିସରରେ ଥିବା ଛାତ୍ରୀନିବାସରେ ରହୁଥିବା ଏହି ଛାତ୍ରୀଜଣକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଛାତ୍ରୀଜଣଙ୍କର ଗତକାଲି ରାତିଠାରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଥିଲା ।

ପୁଲିସ ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଏଥିସହିତ ପୁଲିସ ମଧ୍ୟ ଏକ ସୁଇସାଇଡ ନୋଟ ଜବତ କରିଥିବା ଜଣାପଡିଥିଲା । ପୁଲିସ ଛାନଭିନ ପରେ ଜଣାପଡିଛି କି, ମୃତ ଛାତ୍ରୀ ହେଲେ ତନୟା ବାନାର୍ଜୀ । ସୂଚନା ଅନୁଯାୟୀ, ଗତକାଲି ରାତିରେ ସମସ୍ତେ ଶୋଇପଡିବା ପରେ ଛାତ୍ରୀ ଜଣକ ଫ୍ୟାନରେ ଓଢ଼ଣୀ ସହାୟତାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।

ତେବେ ଛାତ୍ରୀ ଜଣକୁ ସିନିଅର ଛାତ୍ରୀମାନେ ମାନସିକ ନିର୍ୟାତନା ଦେଉଥିଲେ । ଲିପଷ୍ଟିକ ଓ ପାଉଡର ପାଇଁ ଝଗଡା ହୋଇଥିଲା । ଝିଅକୁ ଚୋର କରି କିଛି ଝିଅ ରୁମ ଭିତରେ ପଶି ତାକୁ ମାରପିଟ କରିଥିବା ସେ ତାଙ୍କ ମାଙ୍କୁ କହିଥିବା ସେ କହିଥିଲା । ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ତନୟାଙ୍କ ମା କହିଥିଲା । ଏପରିକି ତାଙ୍କ ଝିଅର ମୃତ୍ୟୁ ନେଇ ତାଙ୍କ ମାଙ୍କୁ କୁହାଯାଇନଥିବା ସେ ଅଭିଯୋଗ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେ ଦାୟୀ କରିଥିଲେ ।