ସେନାର ସୁରକ୍ଷା ପାଇଁ ଆଗେଇ ଆସିଲେ ସେନା ଅଧକାରୀଙ୍କ ଦୁଇ ଝିଅ : ସୁରକ୍ଷାବଳଙ୍କ ମାନବାଧିକାରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ହେଲେ ଦ୍ୱାରସ୍ଥ

178

ସୁରକ୍ଷାବଳଙ୍କ ମାନବାଧିକାରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦୁଇଜଣ ଝିଅ, ଯେଉଁମାନେ ଭିଡ ଓ ପଥରମାଡର ଶିକାର ହୁଅନ୍ତି । ସେହି ଦୁଇ ଜଣ ପିଟିସନ ଦାଖଲକାରୀ ହେଉଛନ୍ତି ସେନା ଅଧିକାରୀଙ୍କ ଝିଅ, ୧୯ ବର୍ଷୀୟା ପ୍ରୀତି କେଦାର ଗୋଖଲେ ଓ ୨୦ବର୍ଷୀୟ କାଜଲ ମିଶ୍ରା । ସେମାନେ କହିଛନ୍ତି କି, ଜାମ୍ମୁ-କାଶ୍ମୀରରେ ସୈନିକଙ୍କ ଉପରେ ହେଉଥିବା ପଥରମାଡ, ଅନିୟନ୍ତ୍ରିତ ଭିଡ ହିଂସାର ଘଟଣାରେ ସେମାନେ ବହୁତ ମର୍ମାହତ । ଏହି ଘଟଣା ତାଙ୍କୁ ବହୁତ ଚିନ୍ତିତ କରାଏ । ଡ୍ୟୁଟି ସହିତ ତାଙ୍କର ନିଯୁକ୍ତି ସ୍ଥାନରେ ତାଙ୍କ ଉପରେ ବିପଦ ଅଛି ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସୋମବାର ଦିନ ଏହି ମାମଲାରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଜମ୍ମୁ କଶ୍ମୀର ସରକାର, ଏନଏଚଆରସିକୁ ନୋଟିସ୍ ଜାରି କରିଛନ୍ତି ।