ଖେଳନା ଭାବି ଝିଅକୁ ଅସଲି ବନ୍ଧୁକ ଧରାଇଦେଲେ ମା’, ତା’ପରେ କ’ଣ ହେଲା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

35

ପଶ୍ଚିମବଙ୍ଗର ହୁଗୁଳିରେ ରବିବାର ଏକ ଝିଅ ଅସଲି ବନ୍ଧୁକକୁ ଖେଳନା ଭାବିନେଲା ଏବଂ ଖେଳ ଖେଳରେ ନିଜ ମା’ ଙ୍କୁ ହିଁ ଗୁଳି ମାରିଦେଲା । ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ଗୁଳି ଥିବା ପିସ୍ତଲକୁ ଖେଳନା ଭାବି ଝିଅର ମା’ ନିଜେ ଝିଅକୁ ଖେଳିବା ପାଇଁ ଦେଇଥିଲେ, ଯାହାକି ତାଙ୍କ ଘର ବାହାରୁ ମିଳିଥିଲା ।

ମା’ ଓ ଝିଅ କେବେ ଭାବି ବି ନଥିଲେ କି ତାଙ୍କ ଜୀବନ କିଛି ମୁହୂର୍ତ୍ତରେ ବଦଳିଯିବ । ମା ଯେମିତି ଗାର୍ଡେନରେ ବନ୍ଧୁକ ଦେଖିଥିବେ, ସେ କେମିତି ଭାବିଥାନ୍ତେ କି ତାହା ଅସଲି ଥିବ ବୋଲି । ତାଙ୍କୁ ଲାଗିଲା କି କୈାଣସି ପିଲାର ଖେଳନା ବନ୍ଧୁକ, ଯାହାକି ଭୁଲ୍ ରେ ତାଙ୍କ ଗାର୍ଡେନକୁ ଆସିଯାଇଛି । ଝିଅ ଖୁସି ହୋଇଯିବ ଭାବି ସେ ବନ୍ଧୁକଟା ଝିଅକୁ ଦେଇଥିଲେ । ଝିଅ ବି ହଠାତ୍ ଏହି ଖେଳନାକୁ ପାଇ ଖୁସି ହୋଇଯାଇଥିଲା । ଝିଅ ଯେତେବେଳେ ପିସ୍ତଲକୁ ଖେଳନା ଭାବି ଖେଳୁଥିଲା, ସେତେବେଳେ ହଠାତ୍ ଗୁଳି ଫୁଟିଯାଇ ମା’ ର ପିଠିରେ ବାଜିଥିଲା । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା ।

ପୁଲିସ୍ ମୁତାବକ, ଆରାମବାଗର ଖାନାକୁଲର କାକୋଳି ଜାନା ନାମକ ମହିଳାଙ୍କୁ ଘର ଗାର୍ଡେନରୁ ଏହି ପିସ୍ତଲ ପଡିଥିବାର ଦେଖାଯାଇଥିଲା । ତାଙ୍କୁ ଲାଗିଲା କି ତାହା ଖେଳନା ଓ ସେ ବିନା କିଛି ଚିନ୍ତା କରି ଝିଅକୁ ଖେଳିବା ପାଇଁ ଦେଇଥିଲେ । ଝିଅ ଖେଳିବାକୁ ଲାଗିଲା ହଠାତ୍ ଗୁଳି ଫୁଟିଲା ଓ ମା’ କୁ ବାଜିଗଲା ।