ମାଆକୁ ବାହା କରାଇଲା ଝିଅ । ବାପା ମୃତ୍ୟୁର ଦେଢ ବର୍ଷ ପରେ …

68

ଭାରତୀୟ ସମାଜରେ ପ୍ରତ୍ୟେକ ପିତାମାତା ସେମାନଙ୍କର ପୁଅ ଓ ଝିଅକୁ ବାହାଦେବା ପାଇଁ ସ୍ୱପ୍ନ ଦେଥିଥାନ୍ତି । କିନ୍ତୁ କୌଣସି ଝିଅ ତା ମାଆକୁ ବାହାକରାଇବା ଘଟଣା ବିରଳ । ସେହିଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ସମାଜ ତଥା ପରିବାର କଟକଣା ଓ ନିୟମକୁ ଖାତିର ନକରି ଜଣେ ଝିଅ ତା ମାଆକୁ ଦ୍ୱୀତିୟ ବିବାହ କରାଇଛି । ଏ ହେଉଛି ରାଜସ୍ଥାନର ଘଟଣା । ରାଜସ୍ଥାନରେ ଦ୍ୱୀତିୟ ବିବାହକୁ ଗ୍ରହଣ କରାଯାଇନଥାଏ କିନ୍ତୁ ସମସ୍ତ ବିରୋଧ ,ବାଦବିବାଦ ଭିତରେ ଏଭଳି ବିବାହ ସମ୍ଭବ ହୋଇଛି ।

୨୦୧୬ ମେ ରେ ଶିକ୍ଷୟତ୍ରୀ ଗୀତା ଅଗ୍ରୱାଲଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇ ଝିଅ ମଧ୍ୟରୁ ବଡ ଝିଅର ବାହାଘର ମଧ୍ୟ ସରିଥିଲା । ସାନ ଝିଅ ସଂହିତାଙ୍କ ନିଜ ଚାକିରି ପାଇଁ ଗୁରୁଗାଁଓ ପଳାଇଥିଲେ । ବାପାଙ୍କ ମୃତ୍ୟୁପରେ ସଂହିତା ଓ ତାଙ୍କ ମାଆ ଏକାଠି ରହୁଥିଲେ କିନ୍ତୁ ୨୦୧୭ରେ ଗୁରୁଗାଁଓ ନିର୍ବାଚନ ପରେ ଗୀତା ଏଳୁଟିଆ ହୋଇଯାଇଥିଲେ ।
ସ୍ୱାମୀଙ୍କ ମୃତ୍ୟୁ ପରେ ଗୀତା ଡ୍ରିପେସନରେ ରହୁଥିଲେ । ତାସହ ଝିଅ ଗୁରୁଗାଁଓ ଯିବା ପରେ ତାଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇଯାଇଥିଲା । ଏହି ସମୟରେ ସଂହିତାଙ୍କ ମନରେ ତାଙ୍କ ମାଆଙ୍କୁ ଦ୍ୱୀତିୟ ବିବାହ କରାଇବା ପାଇଁ ଯୋଜନା କରିଥିଲେ ।

ସଂହିତା କହିଛନ୍ତି , ସେ ସବୁବେଳେ ନିଜ କ୍ୟାରିୟର ପାଇଁ ବାହାରକୁ ଯିବାକୁ ଚାହୁଁଥିଲେ । ପ୍ରତି ସପ୍ତାହରେ ଦୁଇ ଦିନ ପାଇଁ ଘରକୁ ଗଲେ ବି ମାଆ ବହୁତ ଖୁସି ହୁଅନ୍ତି । ତେଣୁ ଗତ ଅଗଷ୍ଟ ମାସରେ ମାଆଙ୍କର ଜଣେ ସାଥୀ ଖୋଜିବା ପାଇଁ ସଂହିତା ଚେଷ୍ଟା କରିଥିଲେ । ମାଆଙ୍କ ଅନୁମତି ବିନା ମାଟ୍ରିମୋନିଆଲ ସାଇଟରେ ତାଙ୍କର ସମସ୍ତ ତଥ୍ୟ ଅପଲୋଡ କରିଥିଲି କିନ୍ତୁ ସଂହିତା ତାଙ୍କ ମୋବାଇଲ ନମ୍ବର ଦେଇଥିଲେ । ସଂହିତା ସେପ୍ଟେମ୍ବରରେ ତାଙ୍କ ମାଆଙ୍କୁ ଏ ବିଷୟରେ ଜଣାଇଥିଲେ ।

ଗୀତା ଏହାକୁ ନେଇ ଡରିଯାଇଥିଲେ । ତାର କାରଣ ଥିଲା ପରିବାରର ଘୋର ବିରୋଧ ଓ ନୈଷ୍ଠିକ ପରିବାରରେ ବିଧବା ବିବାହ ପ୍ରଥା ଏକ ଅପମାନ । କିନ୍ତୁ ଏହି ଯୋଜନାକୁ ଫଳପ୍ରଦ କରିବା ପାଇଁ ଲାଗିପଡିଥିଲେ ସଂହିତା । ତାଙ୍କ କହିବାନୁସାରେ ଘରର କେହି ଜଣେ ବି ଏଥିରେ ରାଜିନଥିଲେ କିନ୍ତୁ ସେ ସଂପ୍ରୂ୍ଣ୍ଣ ଭାବରେ ନିଜ ଜିଦରେ ଅଟଳ ରହିଥିଲେ ।
ଅକ୍ଟୋବର ୨୦୧୭ରେ ୫୫ ବର୍ଷୀୟ କ୍ରୀଷ୍ଣା ଗୋପାଳଙ୍କର ଫୋନ ପାଇଥିଲେ ।

ସେ ବାଂଶବାରରେ ଆରଆଇ ଭାବେ କାମ କରୁଥିଲେ । ତାଙ୍କ ସ୍ତ୍ରୀ ୨୦୧୦ରେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ । ତାଙ୍କର ମଧ୍ୟ ଦୁଇ ପୁଅ ଥିଲେ । କ୍ରୀଷ୍ଣାଙ୍କର ସ୍ତ୍ରୀ ମୃତ୍ୟୁପରେ ସେ ବି ମାଟ୍ରିମୋନିଆଲ ସାଇଟରେ ଆକାଉଂଟ ଖୋଲିଥିଲେ । ଏହି ସମୟରେ ଗୀତାଙ୍କର ଅପରେସନ ବି ହୋଇଥିଲା । ତାପରେ ଜୟପୁରରେ ତିନିଦିନ ଗୀତା ଓ କ୍ରୀଷ୍ଣାଙ୍କ ମଧ୍ୟରେ କଥାବାର୍ତ ଚାଲିଥିଲା । ଏବଂ ଶେଷରେ ଡିସେମ୍ବରରେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ ।