ବାପାଙ୍କ ଦ୍ୱିତୀୟ ବିବାହ ଅଟକାଇବା ପାଇଁ ଝିଅ ନେଲା ଚରମ ନିଷ୍ପତି ! ପଢନ୍ତୁ ଏକ ନିଷିଦ୍ଧ ସଂପର୍କର କାହାଣୀ

320

ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । କୁହାଯାଏ ମା’ର ମମତା ଠାରୁ ବଳି ଆଉ କିଛି ନାହିଁ । ମା’ର ଋଣ ସାତ ଜନ୍ମ ଯାଏ ଶୁଝି ହୁଏ ନାହିଁ । ସେହିପରି ମା’ ଓ ଝିଅର ସଂପର୍କକୁ ମଧ୍ୟ କୌଣସି ଶବ୍ଦରେ ବାନ୍ଧି ହୁଏନି । ମା’ ଓ ଝିଅର ନିବିଡ ସଂପର୍କକୁ ନେଇ ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଆମେ ଏଠାରେ ଏମିତି ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯେ ନିଜ ମା’ ପାଇଁ , ମା’ ପ୍ରତି ଥିବା ସ୍ନେହ ପାଇଁ ଆପଣେଇ ନେଇଛି ଏକ ନିଷିଦ୍ଧ ସଂପର୍କ । ଏକ ନିଷିଦ୍ଧ ସଂପର୍କ, ଯାହା ପହଂଚିଛି ବାପାଙ୍କ ପାଖରେ । ଅର୍ଥାତ୍ ମା’ ପାଇଁ ଝିଅ ରଖିଛି ବାପାଙ୍କ ସହ ଶାରୀରିକ ସଂପର୍କ । ଶୁଣିବାକୁ ହୁଏତ ଆପଣଙ୍କୁ ଖରାପ ଲାଗୁଥିବ । କିନ୍ତୁ ଘଟଣାଟି ହେଉଛି ହଂକଂର ।

ସୂଚନା ଅନୁସାରେ, ଯୁବତୀଙ୍କ ମା’ ରୋଗୀଣା ହୋଇ ଯାଇଥିବାରୁ ତାଙ୍କ ବାପା ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ନିଜ ମା’ ଥାଉ ଥାଉ ଝିଅ ଚାହୁଁନଥିଲା ବାପା ଦ୍ୱିତୀୟ ବିବାହ କରନ୍ତୁ ବୋଲି । ତେଣୁ ଯୁବତୀ ଜଣଙ୍କ ନିଜ ଆଡୁ ବାପାଙ୍କୁ ଶାରୀରିକ ସଂପର୍କ ପାଇଁ ପ୍ରସ୍ତାବ ଦେଇଥିଲେ । କାରଣ ବାପାଙ୍କ ସହିତ ସଂପର୍କ ରଖିଲେ ସେ ଆଉ ବିବାହ କରିବେ ନାହିଁ ବୋଲି ତାଙ୍କର ଧାରଣା ଥିଲା । ଶାରୀରିକ ସଂପର୍କ ରଖିବା ନେଇ ତାଙ୍କ ପ୍ରସ୍ତାବକୁ ତାଙ୍କ ବାପା ବି ଗ୍ରହଣ କରିଥିଲେ । ୨୬ ବର୍ଷୀୟ ଏହି ଯୁବତୀ ଜଣଙ୍କ ୨୦୦୯ରେ ତାଙ୍କ ବାପାଙ୍କ ସହିତ ଦୁଇ ଥର ଶାରୀରିକ ସଂପର୍କ ରଖିଥିଲେ । ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା । ତାଙ୍କ ବାପାଙ୍କୁ ସେତେବେଳେ ୫୧ ବର୍ଷ ହୋଇଥିଲା।

ଏ ଘଟଣାର ପର୍ଦ୍ଦାଫାଶ ସେତେବେଳେ ହେଲା ଯେତେବେଳେ ସ୍କୁଲରେ ପଢୁଥିବା ଯୁବତୀଙ୍କ ଭାଇ ଉଭୟଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖି ଭୟରେ ପୋଲିସରେ ଅଭିଯୋଗ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ତେବେ ଏହି ମାମଲାରେ ବାପାଙ୍କୁ ନ ଛନ୍ଦିବାକୁ ଯୁବତୀ ଜଣଙ୍କ କୋର୍ଟରେ ଅନୁରୋଧ କରିଛନ୍ତି ଓ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ଯୁବତୀଙ୍କୁ କି ଦଣ୍ଡ ଦିଆଯିବ ସେ ନେଇ କୋର୍ଟ କିଛି ନିଷ୍ପତ୍ତି ନେଇ ନାହାଁନ୍ତି । କିନ୍ତୁ ତାଙ୍କ ବାପାଙ୍କୁ ଦଣ୍ଡମୁକ୍ତ କରିବାକୁ ମନା କରି ଦେଇଛନ୍ତି । ଜୁନ୍ ୧୨ରେ ଏହି ମାମଲାରେ କୋର୍ଟ ଉଭୟଙ୍କୁ ଦଣ୍ଡ ଶୁଣାଇବେ ।

ସୌଜନ୍ୟ : ୱାନଇଣ୍ଡିଆ