ବାପାକୁ ଜୀବନ ଦାନ ଦେବା ପାଇଁ କିଡନୀ, ଲିଭର ଦାନ କଲା ଝିଅ ! ମେଡିକାଲ ଖର୍ଚ୍ଚ ନଉଠାଇପାରି ବିକ୍ରି କଲା ଘର ।

127

ବାପାକୁ ବଞ୍ଚାଇବାକୁ ଯାଇ ଦୁଇ ଝିଅ ନିଜ ଲିଭର ଏବଂ କିଡନୀ ଦାନ କରିଛନ୍ତି । ସୋମବାର ଦିନ ନୂଆ ଦିଲ୍ଲୀର ଆପୋଲ ହସ୍ପିଟାଲରେ ଡାକ୍ତର ମାନେ ୫୪ ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ତାଙ୍କ ବଡ ଝିଅର ଲିଭର ଏବଂ ସାନ ଝିଅର କିଡନୀକୁ ଟ୍ରାନ୍ସଫର କରି ତାଙ୍କୁ ଏକ ନୂଆ ଜୀବନ ଦାନ ଦେଇଛନ୍ତି । ରୋଗରେ ପିଡିତ ଥିବା ବ୍ୟକ୍ତି ଯିଏକି ଆସାମ ପୋଲିସର ଇନ୍ସପେକ୍ଟର ଦେବଭଜିତ ଦାସଙ୍କ ପରିବାର ତାର ସର୍ବଶ ହରାଇଛି । ମେଡିକାଲର ଖର୍ଚ୍ଚ ତୁଲାଇବାକୁ ଯାଇ ଏକ ମାତ୍ର ସାହାରା ଥିବା ବାସଘରକୁ ମଧ୍ୟ ବିକି ଦେଇଛନ୍ତି ପରିବାର ଲୋକେ ।

 

ସୂଚନା ଅନୁଯାୟୀ,  ଦାସଙ୍କ କିଡନୀ ଏବଂ ଲିଭର ଫେଲ ହେବା ପରେ ମାର୍ଚ୍ଚ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ପରିବାର ପାଖରେ ମେଡିକାଲର ଖର୍ଚ୍ଚ ଉଠାଇବା ପାଇଁ ଟଙ୍କା ନଥିବାରୁ ପରିବାର ଲୋକେ ନିଜର ଘର ବିକ୍ରି କରି ଦାସଙ୍କ ଚିକିତ୍ସା କରିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ମେଡିକାଲର ଖର୍ଚ୍ଚ ଉଠାଇବା ପାଇଁ ସରକାରୀ ସହାୟତା ଲୋଡିଥିଲେ ପରିବାର ଲୋକେ କିନ୍ତୁ କେହି ହେଲେ ମଧ୍ୟ କର୍ଣ୍ଣପାତ କରିନଥିଲେ ଅସୁବିଧାରେ ପଡିଥିବା ଏହି ପରିବାରର ଗୁହାରି । ତେଣୁ ନିରାସ ହୋଇ ୩୫ ଲକ୍ଷ ଟଙ୍କାରେ ଘର ବିକ୍ରି କରିବାକୁ ନିଷ୍ପତି ନେଇଥିଲେ । କେବଳ ସେତିକି ନୁହେଁ ପରିବାରର ବଡ ଝିଅ କୃଷ୍ଣାକ୍ଷୀ ତାଙ୍କ ଲିଭରରୁ ୬୦ ପ୍ରତିଶତ ଅଂଶ ବାପାଙ୍କୁ ଦାନ କରିଥିବା ବେଳେ ସାନ ଝିଅ ପ୍ରେରଣା ବାପାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ କିଡନୀ ଦାନ କରିଦେଇଥିଲା ।  ତେବେ ଡାକ୍ତରଙ୍କ କହିବା ଅନୁସାରେ ଦୁଇଜଣ ଏବେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଥିବା ବେଳେ ଦାସଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି ।