ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ! ଜାଣନ୍ତୁ କେଉଁ ତାରିଖରେ କେତୋଟି ନିର୍ବାଚନମଣ୍ଡଳୀରେ ହେବ ଭୋଟଗ୍ରହଣ?

2,447

କନକ ବ୍ୟୁରୋ :  ୧୭ ତମ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ୍ । ମୋଟ ୭ଟି ପର୍ଯାୟରେ ହେବ ନିର୍ବାଚନ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ହେବା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ ।

ପ୍ରଥମ ପର୍ଯ୍ୟାୟ ଭୋଟ – ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ । ଏହି ଦିନ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୧୮ ତାରିଖରେ ହେବ । ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ହେବ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ – ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ । ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୨୯ରେ ଭୋଟ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମତଦାନ ହେବ ।

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନ । ସୋସିଆଲ ମିଡିଆରେ ମଧ୍ୟ ଏହି ଆଚରଣ ବିଧି ମଧ୍ୟ ଲାଗୁ କରାଯିବ । ଗଣତନ୍ତ୍ରର ଏହି ମହାପର୍ବରେ ୯୦ କୋଟି ଭୋଟର ମତଦାନ କରିବେ । ୧୦ ଲକ୍ଷ ବୁଥରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ମତଦାତା । ସବୁ ନିର୍ବାଚନ କେନ୍ଦ୍ରରେ ଇଭିଏମ୍ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରାଯିବ । ଇଭିଏମରେ ନିର୍ବାଚନ ଚିହ୍ନ ସହ ସବୁ ପ୍ରାର୍ଥୀଙ୍କ ଫଟୋ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।