ଏବେ ଏକ ଟଙ୍କାରେ ପ୍ରତିଦିନ ମିଳିବ ଅସୀମିତ ଡାଟା ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଅଫର ?

33

ଜିଓ ପରେ ଇଂଟରନେଟ୍ ବଜାରରେ ଆଉ ଏକ ବଡ଼ ଧମାକା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଆଉ ଏହି ଧମାକା କରୁଛି ସରକାରୀ କମ୍ପାନୀ ବିଏସଏନଏଲ୍ ଓ ଡାଟାୱିଣ୍ଡ୍ । ଅନେକ ଦେଶକୁ କମ୍ ମୂଲ୍ୟରେ ଇଂଟରନେଟ୍ ପ୍ୟାକ୍, ମୋବାଇଲ ଓ ଟାବଲେଟ୍ ଯେଗାଉଥିବା କମ୍ପାନୀ ହେଲା ଡାଟାୱିଣ୍ଡ । ମାତ୍ର ଏକ ଟଙ୍କାରେ ଡାଟା ଯୋଗାଇବା ପାଇଁ ଉଭୟ କମ୍ପାନୀ ଯୋଜନା କରୁଛନ୍ତି । ଆଗାମୀ ଫେବୃୟାରୀ ମାସର ତୃତୀୟ ସପ୍ତାହରେ ଏହି ସୁବିଧା ଉପଲବ୍ଧ ହୋଇପାରେ ବୋଲି ଆଶା କରାଯାଉଛି ।

ଡାଟାୱିଣ୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନୀତ ସିଂ କହିଛନ୍ତି, ଫେବୃୟାରୀ ତୃତୀୟ ସପ୍ତାହରେ କାନାଡ଼ାର ପ୍ରଧାନମନ୍ତ୍ରୀ ଭାରତ ଯାତ୍ରାରେ ଆସୁଛନ୍ତି । ଆଉ ସେହି ସମୟରେ ଇଂଟରନେଟ୍ ପ୍ୟାକର ଆରମ୍ଭ ହେବ । ଏଥିପାଇଁ ପୂର୍ବରୁ ବିଏସଏନଏଲ ଏମଓୟୁରେ ହସ୍ତାକ୍ଷର ମଧ୍ୟ କରିସାରିଛି । ଡାଟାୱିଣ୍ଡ ଏହି ଡାଟା ପ୍ୟାକ ଏକ ମୋବାଇଲ ଆପ ଜରିଆରେ ଉପଲବ୍ଧ କରାଇବ । ଆଉ ଏହି ଡାଟା ପ୍ୟାକ୍ ଆଣ୍ଡ୍ରଏଡ଼୍ ଓ ଜାଭା ଟେକନିକରେ ତିଆରି ହୋଇଥିବା ଫୋନରେ ଚାଲିବ ।

ସୂଚନା ଅନୁସାରେ ବିଏସଏନଏଲର ସିମ୍ କିଣୁଥିବା ଗ୍ରାହକ, ସେହି ଆପକୁ ଇନଷ୍ଟୋଲ କରି ଡାଟା ବ୍ରାଉଜିଙ୍ଗିଂ ଲାଭ ଉଠାଇବେ । ଏହି ସେବାରେ ଏକ ଜିବି କିମ୍ବା ୨ ଜିବି ଏପରି କୌଣସି ସୀମା ରହିବ ନାହିଁ । ଅସୀମିତ ଡାଟା ବ୍ୟବହାର କରିପାରିବେ ଗ୍ରାହକ । ଗ୍ରାହକଙ୍କ ଉପରେ ନିର୍ଭର କରୁଛି ସେମାନେ ଦିନରେ କେତେ ଜିବି ଡାଟା ଶେଷ କରିପାରୁଛନ୍ତି । କେବଳ ବିଏସଏନଏଲ ନୁହେଁ ରିଲାଏନ୍ସ ଜିଓ, ଏୟାରଟେଲ୍, ଭୋଡ଼ାଫୋନ୍ ଆଦି କମ୍ପାନୀ ସହିତ ମଧ୍ୟ କଥାବାର୍ତ୍ତା ଚାଲିଛି । ଯଦି ଅନ୍ୟ କମ୍ପାନୀ ରାଜି ହୁଅନ୍ତି, ତେବେ ସେମାନେ ମଧ୍ୟ ତାଙ୍କ ଗ୍ରାହକଙ୍କୁ ଶସ୍ତା ଇଂଟରନେଟର ଯୋଗାଇ ପାରିବେ ।