ବିଏସଏନଏଲ ଡାଟା ବ୍ୟବହାର କରନ୍ତି ନକ୍ସଲ ! ଦିନକୁ ଖର୍ଚ୍ଚ ୪୦୦ ଜିବି ଡାଟା

109

ଜିଓ ଲଂଚ ପରେ ଭାରତରେ ଇଂଟରନେଟ୍ ଗ୍ରାହକ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଲୋକେ ପୂର୍ବାପେକ୍ଷା ଅଧିକ ଡାଟା ବ୍ୟବହାର କରୁଛନ୍ତି । କିନ୍ତୁ ଏବେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଦାବି ହୋଇଛି ଭାରତରେ ଡାଟା ବ୍ୟବହାର କରୁଥିବା ମାମଲାରେ ନକ୍ସଲ ମାନେ ସବୁଠାରୁ ଆଗରେ ଅଛନ୍ତି । ସେମାନେ ଏକ ଦିନରେ ୪୦୦ ଜିବି ବ୍ୟବହାର କରୁଛନ୍ତି । ଏହାସହ ଜଣାପଡ଼ିଛି ନକ୍ସଲମାନେ ଡାଟା ପାଇଁ ବିଏସଏନଏଲ ନେଟୱର୍କ ବ୍ୟବହାର କରୁଛନ୍ତି । ଲାଗୁଛି ତାଙ୍କୁ ବିଏସଏନଏଲ୍ ଟାୱାର ଅଧିକ ସୁହାଉଛି ।

ରିିପୋର୍ଟ ଅନୁସାରେ ଭାରତରେ ୯ ନକ୍ସଲ ପ୍ରଭାବିତ ରାଜ୍ୟ ତଥା ମଧ୍ୟ ପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ୱେଷ୍ଟବେଙ୍ଗଲ, ଓଡ଼ିଶା ଓ ଉତ୍ତରପ୍ରଦେଶରେ ପ୍ରତିଦିନ ୪୦୦ ଜିବି ଡାଟା ବ୍ୟବହାର କରୁଛନ୍ତି ନକ୍ସଲ୍ । ଯାହା ଏକ ପ୍ରକାର ରେକର୍ଡ଼ରୁ କମ ନୁହେଁ । ସୂଚନା ଅନୁସାରେ ସରକାର ବିଏସଏନଏଲକୁ ୨୧୦୩ରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଟାୱାର ଲଗାଇବା ପାଇଁ ଅନୁମତି ଦେଇଥିଲେ । ୨୦୧୪ରେ ବିଏଏସଏନଲକୁ ଏନେଇ ପୂର୍ଣ୍ଣ ମଞ୍ଜୁରୀ ମଳିଥିଲା । ସୂଚନାଯେଗ୍ୟା ବିଏସଏନଏଲ୍ ଓ ବିହାନ ନେଟୱର୍କ ଏକାଠି ମଶିି ନକ୍ସଲ ପ୍ରଭାବିତ ଅଂଚଳରେ ୨,୧୯୯ ମୋବାଇଲ ଟାୱାର ସ୍ଥାପନା କରିଛନ୍ତି ଯାହା ସୂର୍ଯ୍ୟ ଶକ୍ତିରେ ଚାଲେ ।