ଆଉ ମାତ୍ର ୧୦ ଦିନ ପରେ ରଥଯାତ୍ରା : ମନେପଡ଼େ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ ବାଉରୀର କଥା

127

ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥିରେ ଓଡିଶାର ସମସ୍ତ ପୂରପଲ୍ଲୀରେ ପାଳିତ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହା ଓଡିଶାର ଏକ ବଡ ପର୍ବ । ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ବାହାରକୁ ଚାଲିଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ସେଥିପାଇଁ ରଥଯାତ୍ରାକୁ କେବଳ ଭାରତବର୍ଷରେ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ୱର ସବୁଠାରୁ ବିଶାଳ ଏବଂ ମହତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବମାନଙ୍କରେ ଗୋଟିଏ ବୋଲି ବିଚାର କରାଯାଇଛି । ତେବେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।

Source:rgyan.com

ଦାସିଆ ବାଉରୀ ଜଣେ ଗରିବ, ଅସବର୍ଣ୍ଣ । ମାତ୍ର ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ତାଙ୍କର ଇଚ୍ଛାଥିଲା ନିଜ ଆରାଧ୍ୟ ପ୍ରଭୁଙ୍କୁ କିଛି ଅର୍ପଣ କରିବେ । ହେଲେ ସେ ଏତେ ଦରିଦ୍ର ଥିଲେ ଯେ ଦେବା ପାଇଁ ପାଖରେ କିଛି ନଥିଲା । ଯୋଗାଡ କରି ଗାଁ ଲୋକଙ୍କ ହାତରେ ମହାପ୍ରଭୁଙ୍କ ପାଇଁ ପଠାଇଲେ ନଡିଆ । ଏ କଥା ଶୁଣି ଗାଁ ଲୋକ ହସି ଉଡାଇଦେଲେ ।

ବହୁ କାକୁତି ମିନତି ପରେ ଦାସିଆର ନଡିଆ ନେବାକୁ ରାଜି ହେଲେ ସେମାନେ । ମାତ୍ର ଅରୁଣ ସ୍ତମ୍ଭ ନିକଟରେ ନଡିଆ ଅର୍ପଣ କରିଦେବେ ବୋଲି କହିଲେ । ସେତିକିରେ ବି ଖୁସି ହୋଇଗଲେ ଦାସିଆ । ଦାସିଆର ନଡିଆକୁ ଆଣିଲେ ସିନା, ମାତ୍ର ଏହାକୁ ହେୟ ଜ୍ଞାନ କରୁଥିଲେ ଗାଁ ଲୋକ ।

Ratha Yatra 2017: Magnificent Sand Art By Sudarsan Pattnaik In Puri

କୌତୁହଳରେ ଅରୁଣ ସ୍ତମ୍ଭ ନିକଟରେ କହିଲେ – ପ୍ରଭୁ ! ଏ ନଡିଆ ପଠାଇଛି ଦାସିଆ ବାଉରୀ । ତା’ ପରେ ଯାହା ଘଟିଲା ସମସ୍ତେ ଚକିତ ହୋଇ ରହିଗଲେ । ହଠାତ ଶୂନ୍ୟରୁ ବାହାରି ଆସିଲା ଦୁଇଟି ଲମ୍ବା କାଳିଆ ହାତ । ଦାସିଆଙ୍କ ନଡିଆ ଗ୍ରହଣ କରିବା ପରେ ଅନ୍ତର୍ଦ୍ଧାନ ହୋଇଗଲା । ଆଉ କାଳ କାଳକୁ ରହିଗଲା ଦାସିଆ ବାଉରୀର ଗାଥା ।