ଅଳିଆ ପକାକୁ ନେଇ ଦାରୁଠେଙ୍ଗାରେ ଉତେଜନା : ପୁଲିସର ଲାଠିଚାର୍ଜ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଶାନ୍ତ ଦାରୁଠେଙ୍ଗ । ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ପୁଲିସ ଜନତା ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୁଲିସ ଉପରକୁ ଉତ୍ୟକ୍ତ ଗାଁଲୋକେ ଢେଲାମାଡ କରିଛନ୍ତି ।  ପରିସ୍ଥିତିକୁ ଆୟତ କରିବାକୁ ପୁଲିସର ଲାଠିଚାର୍ଜ କରିବା ସହ ଟିଅର ଗ୍ୟାସ୍ ମାଡ କରିଛି । ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୃତୟନ କରାଯାଇଛି । ବିଏମସି ପକ୍ଷରୁ ଆଜି ସକାଳୁ ପୁଣି ଆବର୍ଜନା ପକାଯିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପୁଲିସ ଉପସ୍ଥିତିରେ ଅଳିଆ ପକାଯାଉଛି । ପ୍ରତିବାଦରେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଦାରୁଠେଙ୍ଗରେ ଉଭୟ ଡମ୍ପିଂୟାର୍ଡ ଓ ଟ୍ରିଟମେଂଟ ପ୍ଲାଂଟକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଗତକାଲି ମଧ୍ୟ ଏଠାରେ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ସ୍ଥାନୀୟ ବାସିନ୍ଦା । ଆଜି ପୁଣି ପ୍ରଶାସନ ଅଳିଆ ପକାଇବାରୁ ବିରୋଧ କରାଯାଇଛି।