ଦାରୁଠେଙ୍ଗରେ ଅଳିଆ ପକା ବିବାଦ : ଆସନ୍ତାକାଲି ବସିବ ଶାନ୍ତି କମିଟି ବୈଠକ

27

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଡମ୍ପିଂୟାର୍ଡକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ଶାନ୍ତି କମିଟି ବୈଠକ । ସିପି ଅଫିସରେ ଏହି ଶାନ୍ତି କମିଟି ବୈ÷ଠକର ଆୟୋଜନ କରାଯାଇଛି । ଯେଉଁଥିରେ ସମସ୍ୟାର ସମାଧାନ କରାଯିବ ବୋଲି କମିଶନରେଟ୍ ପୁଲିସ ପ୍ରତିଶ୍ରୁତି ଦେଇଛି । ଏହାପରେ ପୋଲିସ ଉପସ୍ଥିତିରେ ଗ୍ରାମବାସି ରାସ୍ତା ଉପରେ ପକାଇ ରଖିଥିବା ଗଛ ସବୁ ହଟାଇଛନ୍ତି । ଏହାସହ ବାରଙ୍ଗ ଚନ୍ଦକା ରାସ୍ତାରେ ଯାନବାହନ ଚଳାଚଳ ସ୍ୱଭାବିକ ହୋଇଛି । ସେପଟେ ଗିରଫ ହୋଇଥିବା ୩୨ ଜଣଙ୍କ ମଧ୍ୟରୁ ପୋଲିସ ୭ ଜଣ ମହିଳାଙ୍କୁ ଛାଡିଛି ।