ଦାରୁଠେଙ୍ଗ ଡମ୍ଫିୟାର୍ଡ ବିବାଦ ନେଇ ଆଜି ଏନଜିଟିରେ ଶୁଣାଣି : ବିଏମସି ଓ ସ୍ଥାନୀୟ ବାସିନ୍ଦା ରଖିବେ ନିଜ ନିଜ ପକ୍ଷ

30

କନକ ବ୍ୟୁରୋ : ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ ନେଇ ଆଜି କୋଲକାତାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ଏନଜିଟିରେ ଶୁଣାଣି ହେବ । ଟ୍ରିବ୍ୟୁନାଲରେ ଆଜି ଭୁବନେଶ୍ୱର ମହାନଗର ନିଗମ କମିଶନର ଓ ଦାରୁଠେଙ୍ଗ ବାସୀ ନିଜ ନିଜର ପକ୍ଷ ରଖିବେ ।

ଦାରୁଠେଙ୍ଗ ଭୁଆଷୁଣୀରେ ବିଏମସି ପକ୍ଷରୁ ଡମ୍ଫିୟାର୍ଡ କରାଯାଇଛିା ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରୁଛନ୍ତି । ଡମ୍ଫିୟାର୍ଡର ସ୍ଥାନାନ୍ତର ପାଇଁ ସେମାନେ ଦାବି କରୁଛନ୍ତି । ଗତବର୍ଷ ଏଥିଲାଗି ସ୍ଥାନୀୟ ଲୋକ ଆନ୍ଦୋଳନ ବି କରିଥିଲେ । ବିଏମସି କର୍ତୃପକ୍ଷ-ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଡମ୍ଫିୟାର୍ଡ ବିବାଦରୁ ଦାରୁଠେଙ୍ଗବାସିନ୍ଦା ପଂଚାୟତ ନିର୍ବାଚନ ବି ବର୍ଜନ କରିଥିଲେ । ସମସ୍ୟାର ସମାଧାନ ନହେବାରୁ ଗାଁ ଲୋକେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲେ । ଏନଜିଟିର ନିର୍ଦ୍ଦେଶ ଅନୁସାରେ ଆଜି ମହାନଗର ନିଗମ କର୍ତୃପକ୍ଷ ନିଜର ପକ୍ଷ ରଖିବେ ।