ରାସ୍ତା ଅବରୋଧ ହଟାଇ ଭୂଆଷୁଣି ଡମ୍ପିଂୟାଡରେ ଅଳିଆ ପକାଇଲା ବିଏମସି : ପୁଲିସ ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ଛକାପଂଝା

44

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ରାସ୍ତା ଅବରୋଧ ହଟାଇ ଭୂଆଷୁଣି ଡମ୍ପିଂୟାଡରେ ଅଳିଆ ପକାଇଲା ବିଏମସି । ଅଳିଆ ପକାଇବାକୁ ବିରୋଧ କରି ସ୍ଥାନୀୟ ଦାରୁଠେଙ୍ଗ ବାସିନ୍ଦା ଆଜି ରାସ୍ତା ଉପରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ । ତେବେ କଡ଼ା ସୁରକ୍ଷା ମଧ୍ୟରେ ଭୂଆଷୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇଛି ବିଏମସି । ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି । ପୁଲିସ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଂଝା ଭଳି ସ୍ଥିତି ସୃଷ୍ଟି ହୋଇଛି । ଡମ୍ପିଂୟାର୍ଡକୁ ଦାରୁଠେଙ୍ଗ ବାସିନ୍ଦା ବିରୋଧ କରୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଏମସି ଏଠାରେ ଥିବା ଡମ୍ପିୟାର୍ଡରେ ଅଳିଆ ପକାଉଛି । ତେବେ ଅଳିଆ ପକାଇବାକୁ ବିରୋଧ କରି ଗ୍ରାମବାସୀଙ୍କ ସମର୍ଥନରେ ବାହାରିଥିବା କଂଗ୍ରେସ ନେତା ସୁର ରାଉତରାୟ ଏବଂ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନକୁ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଗତକାଲି ଉଭୟଙ୍କ ଘର ଆଗରେ ବିଜେଡ଼ି କର୍ମୀମାନେ ମାଇକ୍ ଲଗାଇ ତାଙ୍କ ବିରୋଧରେ ନାରାବାଜି କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।