ଭୁବନେଶ୍ୱର ଉପକଂଠ ଦାରୁଠେଙ୍ଗରେ ଉତେଜନା : କଡା ସୁରକ୍ଷା ମଧ୍ୟରେ ଅଳିଆ ପକାଇଲା ବିଏମସି

12

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଉପକଂଠ ଦାରୁଠେଙ୍ଗରେ ଉତେଜନା । ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ଗାଁ ଲୋକଙ୍କ ଅସନ୍ତୋଷ । ଅନେକ ଦିନ ହେଲା ଗାଁ ଲୋକଙ୍କ ପ୍ରତିବାଦ ଫଳରେ ଏଠାରେ ବିଏମସି ଡମ୍ପିଂ ବନ୍ଦ ରଖିଥିବା ବେଳେ ଆଜି କଡା ସୁରକ୍ଷା ମଧ୍ୟରେ ପୁଣି ଅଳିଆ ପକାଇବା ଆରମ୍ଭ କରିଛି । ସକାଳୁ ୧୬ ପ୍ଲାଟୁନ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ୨୫ ଟ୍ରିପ ଅଳିଆ ପକା ସରିଛି । ତେବେ ଗାଁଲୋକେ ଏହାର ପ୍ରତିବାଦ କରିବାରୁ ପ୍ରାୟ ୪୦ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଏବେ ବି ଉତେଜନା ଲାଗି ରହିଛି। ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଦାରୁଠେଙ୍ଗବାସୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ବିଏମସି କମିସନର ଓ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଉପସ୍ଥିତ ଅଛନ୍ତି । ଗ୍ରାମବାସୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେପଟେ ବିଜେପି ମଧ୍ୟ ଦାରୁଠେଙ୍ଗ ଡମ୍ଫିୟାର୍ଡକୁ ବିରୋଧ କରୁଛି । ଗ୍ରାମବାସୀଙ୍କ ଲଢେଇରେ ଦଳ ସାମିଲ ହେବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୃଥୀରାଜ ହରିଚନ୍ଦନ ।  ଦାରୁଠେଙ୍ଗ ଗ୍ରାମର ଗ୍ରାମବାସୀ କଣ କହୁଛନ୍ତି ଦେଖିବା ଏହି ଭିଡିଓରେ :