ଦାରୁଲ୍-ଉଲୂମ ର ନୂଆ ଫତଓ୍ଵା – ମୁସଲିମ ମହିଳା ନଖ କାଟିବା ଓ ନେଲ୍ ପଲିସ୍ ଲଗାଇବା ଇସଲାମ୍ ବିରୁଦ୍ଧ

ଅଧିକାଂଶ ସମୟରେ ବିଚିତ୍ର ଫତୱା ଜାରି କରି ବିବାଦରେ ଥାଏ ଏହି ସଂସ୍ଥା

121

ମୁସଲମାନ ମହିଳାଙ୍କ ନଖ କଟା ଓ ନେଲ୍ ପଲିସ୍ ବ୍ୟବହାରକୁ ନିଷିଦ୍ଧ କରି ଇସଲାମିକ୍ ଦାରୁଲ୍ ଉଲୂମ୍ ଏକ ନୂତନ ଫତଓ୍ଵା ଜାରି କରିଛି। କିନ୍ତୁ ନଖରେ ମେହେନ୍ଦି ପ୍ରୟୋଗକୁ ନିଷିଦ୍ଧ କରାଯାଇନାହିଁ। ଉପରୋକ୍ତ କାର୍ଯ୍ୟ ସବୁ ଅଣ-ଇସଲାମୀୟ ବୋଲି ଦାରୁଲ୍ ଉଲୂମ ଦେଓବନ୍ଦର ଘୋଷଣାନାମା ଜାରି କରୁଥିବା ଦାରୁଲ ଇଫତା କହିଛି।

ଦାରୁଲ୍-ଉଲୂମ୍ ଦେଓବନ୍ଦର ସଦସ୍ୟ ମୁଫତି ଇଶ୍ରାର ଗୌରା କହିଛନ୍ତି, ଅଣ-ଇସଲାମୀୟ ହୋଇଥିବାରୁ ଦାରୁଲ୍-ଉଲୂମ୍ ଦେଓବନ୍ଦ ମୁସଲମାନ ମହିଳାଙ୍କ ନଖ କଟା ଓ ନେଲ୍ ପଲିସ୍ ବ୍ୟବହାର କରିବା ଉପରେ ନିଷିଦ୍ଧାଦେଶ ଜାରି କରିଛି। ବରଂ ମହିଳାମାନେ ସେମାନଙ୍କ ନଖରେ ମେହେନ୍ଦି ଲଗାନ୍ତୁ। ଏହି ଇସଲାମୀୟ ସେମିନାରି ବିଚିତ୍ର ଫତଓ୍ଵା ଜାରି କରିବାରେ ଜଣାଶୁଣା।

ଗତବର୍ଷ ଏଇ ସଂଗଠନ ମୁସଲମାନ ମହିଳାଙ୍କୁ ଭ୍ରୂଲତାରୁ ଲୋମ ଉପାଡ଼ି, କାଟି ଠିକ୍ ରୂପ ଦେବା ଓ କେଶ କାଟିବାକୁ ନିଷିଦ୍ଧ କରି ଫତଓ୍ଵା ଜାରି କରିଥିଲା। ଭାରତର ଅନ୍ୟତମ ସର୍ବବୃହତ୍ ମୁସଲମାନ ସେମିନାରି ଦାରୁଲ୍ ଉଲୂମ୍ ଦେଓବନ୍ଦ ଉତ୍ତର ପ୍ରଦେଶ ଅନ୍ତର୍ଗତ ଶାହାରଣପୁର ଜିଲ୍ଲାରେ ଅବସ୍ଥିତ।