ଚିଟଫଣ୍ଡ ଲିଙ୍କ ମାମଲାରେ ସିବିିଆଇର ଖୋଳତୋଡ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

37

କନକ ବ୍ୟୁରୋ : ଚିଟଫଣ୍ଡ ଲିଙ୍କ ମାମଲାରେ ସିବିିଆଇର ଖୋଳତୋଡ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିବିଆଇ ନିଜ ବିଧି ଅନୁସାରେ ଚାଲେ, ସିବିଆଇ ରେଡ ନେଇ ମୋର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ଧର୍ମେନ୍ଦ୍ର ।

ଯିଏ ଅଭିଯୋଗ କରୁଛନ୍ତି ସେମାନେ ହିଁ ତଦନ୍ତ ପାଇଁ ଡରୁଛନ୍ତି ଏବଂ ମୋ ଇଚ୍ଛା ଅନୁସାରେ ସିିବିଆଇ ରେଡ ହେଉଛି ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ତଦନ୍ତ ପରିସରଭୁକ୍ତ ହେବା ପାଇଁ ଡରୁଛନ୍ତି । ଶାସକ ଦଳର ବଡ ବଡ ନେତା ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ସେଥିପାଇଁ ସେମାନେ ଡରିବା ସ୍ୱାଭାବିକ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –