ଅମିତ ଶାହାଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

27

କନକ ବ୍ୟୁରୋ: ଅମିତ ଶାହାଙ୍କ ଗଞ୍ଜାମ ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଦଳ ଯେଉଁଠି ଦୁର୍ବଳ ସେଠାକୁ ଟାର୍ଗେଟ କରାଯାଇଛି । ଉପକୂଳ ଜିଲ୍ଲାରେ ବିଜେପି ଦୁର୍ବଳ ଥିବାରୁ ସେହି ସ୍ଥାନକୁ ଶାହା ଯାଉଛନ୍ତି । ସବୁ ବୁଥକୁ ମଜବୁତ କରିବା ଗସ୍ତର ଉଦ୍ଦେଶ୍ୟ ରହିଛି ।

ଗଞ୍ଜାମ ଜିଲ୍ଲାରେ ଦଳକୁ ମଜଭୁତ କରିବାକୁ ମୋଦି ସେହି ଜିଲ୍ଲାକୁ ଯାଉଛନ୍ତି । ଅପାରଗ ଓ ସ୍ଥାଣୁ ସରକାର ବିରୋଧରେ ଜନ ଆନ୍ଦୋଳନ ପାଇଁ ଅମିତ ଶାହାଙ୍କ ନେତୃତ୍ୱ ଆବଶ୍ୟକ’ । ସେ କଟାକ୍ଷ କରିଛନ୍ତି, ‘ନଗଡା ଓ ଦାନ ମାଝୀ ଘଟଣାରେ ଯଦି ନବୀନ ଓ ତାଙ୍କ ନେତାଙ୍କୁ ଲାଗୁ ଛବି ମଳିନ ହୋଇନି, ତାହାହେଲେ ସୂର୍ଯ୍ୟକୁ ଲଣ୍ଠନ ଦେଖାଇବା ଭଳି’ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –