ମାୟାନଗରୀର ଅନ୍ଧାରି କାହାଣୀ ! ସେଲିବ୍ରିଟିଙ୍କ ପ୍ରେମ, ବିବାହ ଏବଂ ବିଚ୍ଛେଦକୁ ନେଇ କିଛି ଜଣା କିଛି ଅଜଣା କଥା

131

ସିନେମା ଅପେକ୍ଷା ସିନେ ତାରକାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚିତ ବଲିଉଡ୍ ଇଣ୍ଡଷ୍ଟ୍ରୀ । କେବେ ପ୍ରେମ କେବେ ବିବାହ ତ ଆଉ କେବେ ବିଚ୍ଛେଦ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରତିଦିନ କେହି ନା କେହି ସେଲିବ୍ରିଟି ବିଭିନ୍ନ ଗଣମାଧ୍ୟମର ହେଡଲାଇନ୍ ପାଲଟିଥାନ୍ତି । ହେଲେ ଯେତେ ସମାଲୋଚନା କଲେ ମଧ୍ୟ ଏହି ମାୟାବିନୀ ମାୟାନଗରୀ ସହ ଯୋଡି ହେବାକୁ ଚାହିଁଥାନ୍ତି ସମସ୍ତେ । ତେବେ ବାହାରୁ ଚିକମିକ୍ କରୁଥିବା ଏହି ଇଣ୍ଡଷ୍ଟୀର ରହିଛି ଏକ ଅନ୍ଧାରି ଦିଗ । ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

• ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ବଲିଉଡ ବାଦଶାହ ଶାହାରୁଖ୍ ଖାନ୍ ଓ ଗୌରୀଙ୍କ ଯୋଡି କେବଳ ବାହାରକୁ ସୁନ୍ଦର । ସୂତ୍ର ଅନୁସାରେ ଗୌରୀ ଖାନ୍ ଜଣେ ଡ୍ରଗ୍ସ ଆଡିକ୍ଟେଡ୍ । କେବଳ ସେତିକି ନୁହେଁ ମାତ୍ରାଧିକ ମଦ ମଧ୍ୟ ପିଅନ୍ତି । ତାଙ୍କର ହାଇ ପ୍ରୋଫାଇଲ୍ ପାର୍ଟି ମାନଙ୍କରେ କୋକେନ୍ ଓ ଦାମୀ ମଦର ବର୍ଷା ହୋଇଥାଏ ।

• ଅଶୀ ଦଶକର ସୁପରହିଟ୍ ଅଭିନେତ୍ରୀ ରୀନା ରୟଙ୍କ ସହ ରିଲେସନରେ ଥାଇ ମଧ୍ୟ ଶ୍ରତୃଘ୍ନ ସିହ୍ନା ପୁନମଙ୍କୁ ପ୍ରେମ ବିବାହ କରିଥିଲେ । ଏପରିକି ବିବାହର ୭ ବର୍ଷ ପରେ ମଧ୍ୟ ରିନାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ଶତୃଘ୍ନ । ତେବେ ରୀନା ତାଙ୍କୁ ବାରମ୍ବାର ଦ୍ୱିତୀୟ ବିବାହ ପାଇଁ କହିଥିଲେ ମଧ୍ୟ ଶତୃଘ୍ନ ଶୁଣିନଥିଲେ । ଏହି ମାମଲାରେ ଥରେ ପୁନମ୍ କହିଥିଲେ ଯେ ‘ଏହି ଦୁଇ ଜଣଙ୍କୁ ଏକାଠି କରିବା ପାଇଁ ମୁଁ ଅଲଗା ହେବାକୁ ମଧ୍ୟ ରାଜି ହୋଇଥିଲି । ହେଲେ ଶତୃଘ୍ନ ନିଜେ ହିଁ ଏମିତି ଝିଅକୁ ବିବାହ କରିବାକୁ ଚାହୁଁ ନଥିଲେ’ ।

• ହି – ମ୍ୟାନ୍ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବୈବାହିକ ଜୀବନ ବିଷୟରେ ସମସ୍ତେ ଜାଣନ୍ତି । ହେଲେ ହେମାଙ୍କୁ ବିବାହ କରିବା ପୂର୍ବରୁ ଧର୍ମେନ୍ଦ୍ର ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ମଧ୍ୟ ଧର୍ମେନ୍ଦ୍ର ପ୍ରାୟ ସବୁ ସପ୍ତାହରେ ନିଜ ଗର୍ଲ ଫ୍ରେଣ୍ଡ୍ ବଦଳାଉଥିଲେ ।

• ବଲିଉଡର ଚର୍ଚ୍ଚିତ ଦମ୍ପତି ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରା । ତେବେ ରାଜଙ୍କ ପ୍ରଥମ ସ୍ତ୍ରୀ କବିତା ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ଜାଣିବାକୁ ପାଇଲେ ଯେ ରାଜ୍ ତାଙ୍କୁ ଧୋକ୍କା ଦେଉଛନ୍ତି । ଆଉ ଯେଉଁଦିନ ତାଙ୍କର ଝିଅ ଜନ୍ମ ହେଲା ସେହିଦିନ ହିଁ ରାଜ୍ ତାଙ୍କୁ ଛାଡପତ୍ର ନୋଟିସ୍ ପଠାଇଥିଲେ ।

• ଶ୍ରୀଦେବୀଙ୍କୁ ରାକ୍ଷୀ ଭଉଣୀ ବୋଲି କହି ପ୍ରଥମ ସ୍ତ୍ରୀ ମୋନା କପୁରଙ୍କ ସହ ଦେଖା କରାଇଥିଲେ ବୋନି କପୁର୍ । ଏହା ସହ ତାଙ୍କୁ ଘରେ କିଛି ଦିନ ରହିବା ପାଇଁ ଅନୁରୋଧ କରିଥିଲେ । ହେଲେ କିଛି ଦିନ ପରେ ମୋନା ଜାଣିବାକୁ ପାଇଲେ ଯେ ବୋନିଙ୍କ ପିଲାର ମା’ ହେବାକୁ ଯାଉଛନ୍ତି ଶ୍ରୀଦେବୀ ।

• ସେହିପରି ଗୋଟିଏ ସମୟ ଥିଲା ଯେତେବେଳେ ଅଜୟ ଦେବଗନ୍ ଓ କଙ୍ଗନା ରଣାୱତଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ଆଉ ଏସବୁ କାଜୋଲଙ୍କ ଅଜାଣତରେ ଚାଲିଥିଲା । ଏମିତିକି ଶୁଣିବାକୁ ମିଳିଥିଲା ଯେ, ଅଜୟଙ୍କ ଆଉଟଡୋର୍ ସୁଟିଂ ବେଳେ କଙ୍ଗନା ତାଙ୍କ ସହ ଯାଉଥିଲେ ଏବଂ ଏକାଠି ଗୋଟିଏ ହୋଟେଲରେ ମଧ୍ୟ ରହୁଥିଲେ ।

• ଆଦିତ୍ୟ ଚୋପ୍ରା ଓ ପାୟଲ ଖନ୍ନାଙ୍କ ବିବାହ କୌଣସି ପରୀ କାହାଣୀ ଠାରୁ କମ୍ ନୁହେଁ । ଉଭୟ ପିଲାବେଳେ ସାଙ୍ଗ ଥିଲେ । ଆଦିତ୍ୟଙ୍କ ମା ଓ ପାୟଲଙ୍କ ମା’ ମଧ୍ୟ ବହୁତ ଭଲ ସାଙ୍ଗ । ୨୦୦୧ରେ ଉଭୟ ବିବାହ କରିଥିଲେ , ହେଲେ ବେଶି ଦିନ ତିଷ୍ଠି ପାରିନଥିଲା ଏହି ସଂପର୍କ । କାରଣ ଆଦିତ୍ୟଙ୍କ ଜୀବନକୁ ଆସିଥିଲେ ରାଣୀ ମୁଖାର୍ଜୀ । ତେବେ ରାଣୀଙ୍କ ସହ ଆଦିତ୍ୟଙ୍କ ଆଫେୟାର୍ ବିଷୟରେ ଜାଣିବା ପରେ ତାଙ୍କୁ ଘରୁ ବାହାର କରିଦେଇଥିଲେ ପରିବାର ଲୋକ ।

• ଏବେ ଚର୍ଚ୍ଚାରେ ମଲାଇକା ଅରୋରା ଖାନ୍ ଓ ଅର୍ଜୁନ୍ କପୁର ଲଭ୍ ଷ୍ଟୋରୀ । ତେବେ ଜାଣନ୍ତି ଏହି ଦୁଇ ଜଣଙ୍କ ସଂପର୍କ କେବେ ଆରମ୍ଭ ହୋଇଥିଲା । ଅର୍ଜୁନ୍ ଯେବେ ନିଜ ଗର୍ଲ ଫ୍ରେଣ୍ଡ ଏବଂ ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ଦେଖା କରିବାକୁ ଯାଉଥିଲେ । କୁହାଯାଉଛି ଯେ ଅର୍ଜନଙ୍କ ପାଇଁ ଅରବାଜ୍ ଓ ମଲାଇକା ମଧ୍ୟରେ ଫାଟ ସୃଷ୍ଟି ହୋଇଛି ।