ଡାର୍କ ସର୍କଲରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଲଗାନ୍ତୁ ଏହି ପେଷ୍ଟ୍ ଆଉ ଫରକ ଦେଖନ୍ତୁ ।

71

ଆଖି ତଳେ ପଡିଥିବା କଳା ଦାଗ ବା ଡାର୍କ ସର୍କଲ୍ ପାଇଁ ବ୍ୟସ୍ତ ଅଛନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ । ଘରେ ଅଛି ଏହାର ଉପଚାର । ହଳଦୀ ଦ୍ୱାରା ଦୂର କରିପାରିବେ ଏହି କଳା ଦାଗ । ଜାଣନ୍ତୁ କେମିତି କରିବେ ବ୍ୟବହାର ।

ଆବଶ୍ୟକୀୟ ଉପାଦାନ :

ଅଧାଚାମଚ ହଳଦୀ

ଏକ ଚାମଚ ବେକିଙ୍ଗ୍ ସୋଡା

ଏକ ଚାମଚ ମହୁ

ଏକ ଚାମଚ ତାଜା ସପୁରୀ ରସ

୨/୩ ବୁନ୍ଦା ଲେମ୍ବୁ ରସ

କିପରି କରିବେ ବ୍ୟବହାର :

ଏହି ସବୁ ଉପାଦାନକୁ ମିଶାଇ ଏକ ପେଷ୍ଟ ତିଆରି କରି ଆଖି ତଳେ ଲଗାନ୍ତୁ । ୧୫/୨୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା ପରେ ହାଇଡ୍ରେଟିଙ୍ଗ୍ ମଶ୍ଚୁରାଇଜର୍ ଲଗାନ୍ତୁ । ଏପରି ଗୋଟିଏ ସପ୍ତାହ କରିବା ପରେ ଫରକ ଜାଣିପାରିବେ । ତେବେ ଯଦି ଆପଣଙ୍କ ତ୍ୱଚା ସମ୍ବେଦନଶୀଳ ତେବେ ଲେମ୍ବୁ ରସ ବ୍ୟବହାର କରନ୍ତୁ ନାହିଁ ।