ଦାର୍ଜିଲିଂ ଅବସ୍ଥା ଅସମ୍ଭାଳ ! ପୁଲିସ ଜନତା ମଧ୍ୟରେ ସଂଘର୍ଷ, ପୁଲିସ ଗୁଳିରେ ୪ ବିକ୍ଷୋଭକାରୀ ମୃତ

22

କନକ ବ୍ୟୁରୋ: ଦାର୍ଜିଲିଂରେ ଉତ୍ତେଜନା ବିସ୍ଫୋରକ ରୂପ ନେଇଛି । ରାଜ୍ୟ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ । ପୁଲିସ ଗୁଳିରେ ୪ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟପଟେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଜଣେ ଆଇଆରବିର ଆସିଷ୍ଟାଣ୍ଡ କମାଣ୍ଡାଂଟଙ୍କ ସମେତ ୮ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଗୋର୍ଖାଲ୍ୟାଣ୍ଡ ଆନ୍ଦୋଳନକୁ ସମର୍ଥନ କରୁଥିବା ସମର୍ଥକମାନେ ଜିଜେଏମଏମର ମୁଖ୍ୟଙ୍କ ବାସଭବନ ନିକଟକୁ ଶୋଭାଯାତ୍ରାରେ ଯାଉଥିଲେ । ପୁଲିସ ସେମାନଙ୍କୁ ଅଟକାଇବାରୁ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପେଟ୍ରୋଲ ବମ୍ ଓ ପଥର ମାଡ଼ କରିଥିଲେ । ସ୍ଥିତିକୁ ଆୟତ କରିବା ପାଇଁ ପୁଲିସ ପ୍ରଥମେ ପାଣିମାଡ଼ ପରେ ଲୁହବୁହା ଗ୍ୟାସ ସହ ରବର ଗୁଳି ପ୍ରୟୋଗ କରିଥିଲା ।

ପରେ ସ୍ଥିତି ଅଣାୟତ ହେବାରୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲା ପୁଲିସ । ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ଦାବି ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସେ ପ୍ରାଣବଳୀ ଦେବାକୁ ପ୍ରସ୍ତୁତ । ହେଲେ ପଶ୍ଚିମବଙ୍ଗକୁ ବିଭାଜନ କରିବାକୁ ପ୍ରସ୍ତୁତ ନୁହେଁ ।