ଦେହଜୀବୀରୁ ପ୍ରତିଷ୍ଠିତ ଶିଳ୍ପପତି ! ଜଣେ ସଫଳ ମହିଳାଙ୍କ ସଂଘର୍ଷମୟ କାହାଣୀ

49

କାଲିଫର୍ନିିଆର ଡେନୀ ଜାନସନ ରିଲେସନସିପ ମାର୍କେଟିଂଗର ଏକ ଚର୍ଚ୍ଚିତ ନାମ । କେବଳ ଏତିକି ନୁହେଁ ସେ ଜଣେ ସଫଳ ଲେଖକ , ଭଲ ବକ୍ତା ଓ ଫାଇନାନସିଆଲ ଆଡଭାଇଜର ମଧ୍ୟ । ଏହା ସହ ଜଣେ ସଫଳ ଶିଳ୍ପପତି । ତେବେ ଡେନୀଙ୍କ ଜୀବନ କାହାଣୀ ଯେତିକି ସମ୍ବେଦଳଶୀଳ ସେତିକି ପ୍ରେରଣା ଦାୟୀ ମଧ୍ୟ । କାରଣ ଡେନୀଙ୍କ ଏହି ସଫଳତାର ପୂର୍ଣ୍ଣିମା ପଛରେ ରହିଛି ଅମାବାସ୍ୟାର ଅନ୍ଧାର ଭଳି ଏକ ଭୟଙ୍କର କାହାଣୀ ।

ଆରମ୍ଭରୁ ହିଁ ଡେନୀ ବହୁ କଷ୍ଟରେ ଜୀବନ ବିତାଇଛନ୍ତି । ମା ଓ ବାପାଙ୍କ ନିଶାଅଭ୍ୟାସ ଯୋଗୁଁ ଅଳ୍ପ ବୟସରୁ ହିଁ ଡେନୀଙ୍କୁ ସେମାନେ ଛାଡି ଦେଇଥିଲେ । ତେବେ ବବାହ ପରେ ବି ଜୀବନରେ କିଛି ପରିବର୍ତ୍ତନ ଆସିବ ବୋଲି ହେନୀ ଆଶା କରୁଥିଲେ । ହେଲେ ଦୁର୍ଭାଗ୍ୟ ଯେମିତି ଡେନୀଙ୍କ ପିଚ୍ଛା ଛାଡୁନଥିଲା । କାରଣ ଯେଉଁ ବ୍ୟକ୍ତି ସେ ବିହାହ କେଲ ଷେଷରେ ସେ ମଧ୍ୟ ହେନୀଙ୍କୁ ଠକି ତାଙ୍କ ଠାରୁ ସବୁ ଛଡାଇ ନେଇଥିଲା । ଶେଷରେ କେବଳ ପେଟ ଚାଖଣ୍ଡକ ପାଇଁ ବେଶ୍ୟା ବୃତ୍ତିକୁ ଆପଣେଇ ଥିଲେ ଡେନୀ । ପେଟର ଭୋକ ସମ୍ଭାଳି ନପାରି ଅଲଗା ଅଲଗା ପୁରୁଷଙ୍କ ସହ ସଂପର୍କ ରଖିବା ପାଇଁ ବାଧ୍ୟ ହୋଇଥିଲେ ।

ତେବେ ୧୯୯୦ କ୍ରୀଷ୍ଟମାସରେ ଏହି ଅନ୍ଧକାରର ଅବସାନ ହୋଇଥିଲା । ବେଶ୍ୟାବୃତ୍ତିରୁ ସେ ବଞ୍ଚିବା ପାଇଁ ନୂଆ ବ୍ୟବସାୟ ଆରମ୍ଭ କରିଥିଲେ । ତା ପରେ ଆଉ ପଛକୁ ଚାହିିଁ ନାହାନ୍ତି ଡେନୀ । ନିଜର ଅକ୍ଳାନ୍ତ ଉଦ୍ୟମ ଓ ଆତ୍ମବିଶ୍ୱାସ ବଳରେ ସେ ଏବେ ୬ଟି କମ୍ପାନୀର ମାଲିକାଣୀ । ଆଜି ଡେନୀ ଏମିତି ଏକ କମ୍ପାନୀ ଚଳାଉଛନ୍ତି ଯେଉଁଠି ଲୋକ ମାନଙ୍କୁୁ କର୍ପୋରେଟର ପ୍ରଶିକ୍ଷଣ ଦିଆଯାଏ । ଡେନୀଙ୍କ ସଫଳତାର କାହାଣୀ ଫୋବର୍ସ ମ୍ୟାଗାଜିନରେ ମଧ୍ୟ ଆସି ସାରିଛି ।

ଡେନୀ ‘ସ୍ପିରିଟ ଡ୍ରିଭେନ ସକ୍ସେସ’ ନାମକ ଏକ ବହି ଲେଖିଛନ୍ତି, ଯାହା ବେଷ୍ଟ ସେଲର ବହି ହିସାବରେ ଗଣା ଯାଉଛି । ହେନୀଙ୍କୁ ପ୍ରଥମ ସ୍ୱାମୀ ଧୋକା ଦେବା ପରେ ସେ ହେନ୍ସ ଜାଁନସନକୁ ଦ୍ୱୀତିୟ ବିବାହ କରିଛନ୍ତି ଏବଂ ଉଭୟଙ୍କର ଏବେ ୪ ଟି ପିଲା ମଧ୍ୟ ଅଛନ୍ତି । ତେବେ ଡେନୀ ଓ ତାଙ୍କ ସ୍ୱାମୀ ହେନ୍ସ ତାଙ୍କର ୯୦ ପ୍ରତିଶତ ସମ୍ପତି ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଜି ଡେନୀଙ୍କୁ ଏକ ସଫଳ ସେଲିବ୍ରିଟି ରୂପେ ଗଣା ହେଉଛନ୍ତି ।