ହୁସିଆର ! କୁକୁର ଠାରୁ ବ୍ୟାପୁଛି ଏହି ମାରାତ୍ମକ ରୋଗ ,ଯକୃତ ଏବଂ ଫୁସଫୁସକୁ କରୁଛି ଅକାମୀ ।

66

କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ ଘାତକ ରୋଗ ହାଇଡେଟିଡ୍ ସିଷ୍ଟର ତିନୋଟି ରୋଗୀ ସାମନାକୁ ଆସିଛନ୍ତି । ଏହି ରୋଗ କୁକୁରଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପେ । ଏହି ରୋଗ ଦ୍ୱାରା ଯକୃତ ଓ ଫୁସଫୁସ୍ ରେ ଝିଲ୍ଲୀ ତିଆରି ହୋଇଯାଏ ଓ ଏହି ଝିଲ୍ଲୀ ଛିଣ୍ଡିବା ଦ୍ୱାରା ଏହି ଅଙ୍ଗ ଗୁଡିକ ଅଚଳ ହୋଇଯିବାର ସମ୍ଭାବନା ଅଛି । ଗବେଷଣାରୁ ସାମନାକୁ ଆସିଥିବା ଏହି ୩ ରୋଗୀଙ୍କ ମୁକ୍ତ ଚିକିତ୍ସା କରିବା ପାଇଁ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ପେରୁ , ମରକ୍କୋ, ବୁଲଗେରିଆ, ରୋମାନିଆ ଏବଂ ଆର୍ଜେଣ୍ଟିନା ପରେ ଏବେ ଲଖନଉରେ ଏହାର ଅନୁସନ୍ଧାନ କରାଯାଉଛି । ଆଶ୍ଚର‌୍ୟ୍ୟର କଥା ଏହା ଯେ, ଏହି ରୋଗୀଙ୍କ ମଧ୍ୟରେ କୈାଣସି ବି ଲକ୍ଷଣ ଦେଖାଯାଉନଥିଲା । ଇଟଲି ର ୟୁନିଭର୍ସିଟି ଅଫ୍ ପାବିୟାର ଟିମ୍ ଯାଂଚ କରିବା ପାଇଁ ତାଙ୍କର ରକ୍ତ ନମୂନା ନେଇଛି । ଡା. ଅକ୍ଷୟ ଆନନ୍ଦଙ୍କ କହିବାନୁସାରେ ହାଇଡେଟିଡ୍ ସିଷ୍ଟ ରୋଗୀଙ୍କ ତଥ୍ୟ ସାରା ବିଶ୍ୱରେ କାହା ପାଖରେ ବି ନାହିଁ । ଏପର‌୍ୟ୍ୟନ୍ତ ୫ଟି ଦେଶରେ ହୋଇଥିବା ଗବେଷଣାରୁ ସବୁଠାରୁ ଅଧିକ ରୋଗୀ ପେରୁ ରେ ମିଳିଛନ୍ତି ।

ଏମିତି କରନ୍ତୁ ପ୍ରତିକାର :

• ହାତ ଧୋଇ ଖାଦ୍ୟ ଖଅ।ନ୍ତୁ ।

• ଖାଦ୍ୟକୁ ଠିକ୍ ରେ ଗରମ କରନ୍ତୁ ।

• କୁକୁରଙ୍କ ଠାରୁ ଦୂରେଇ ରୁହନ୍ତୁ ।

• କୁକୁରଙ୍କୁ ମଝିରେ ମଝିରେ ପ୍ରତିଷେଧକ ଟିକା ଦିଅନ୍ତୁ ।

• ସର୍ଜରୀ ହିଁ ଏହାର ଅନ୍ତିମ ଚିକିତ୍ସା ।

ସାରା ଦୁନିଆରେ ହାଇଡେଟିଡ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । କୁକରଙ୍କ ଠାରେ ସିଷ୍ଟିକ୍ ଇଚିନୋକୋକ୍ସ ନାମକ ପରଜୀବୀ ଥାଏ । ଏବଂ କୁକୁରଙ୍କ ସଂପର୍କରେ ଆସିଲେ ଏହା ମଣିଷଙ୍କ ପାଖକୁ ପହଂଚିଥାଏ । ପ୍ରାରମ୍ଭ ଅବସ୍ଥାରେ ରୋଗୀକୁ ଏହା ବିଷୟରେ କିଛି ଜଣା ନଥାଏ । କିନ୍ତୁ ୬ ସପ୍ତାହ ପରେ ଯକୃତ ଓ ଫୁସଫୁସ୍ ଉପରେ ଝିଲ୍ଲୀ ହୋଇଯାଏ । ତୁରନ୍ତ ଚିକିତ୍ସା ନକଲେ ଝିଲ୍ଲୀ ଫାଟିବା ଦ୍ୱାରା ମୃତ୍ୟୁ ବି ହୋଇପାରେ ।