ଡେଂଜର ଆପ୍ସର ଡେଂଜର ଜୋନ୍! ୪୧ଟି ମୋବାଇଲ ଆପ୍ସକୁ ବିପଦପୂର୍ଣ୍ଣ ଘୋଷଣା କଲା ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାଣନ୍ତୁ କେଉଁ ଆପ ଆପଣଙ୍କ ପାଇଁ ଡେଂଜର

54

୪୧ଟି ମୋବାଇଲ ଆପ୍ସକୁ ବିପଦପୂର୍ଣ୍ଣ ଘୋଷଣା କଲେ ସରକାର । ମେସେଜିଂ ପାଇଁ ଯବାନମାନେ ବ୍ୟବହାର କରୁଥିବା ଆପ୍ସ ଦ୍ୱାରା ଡାଟା ଲିକ୍ ହେବାର ଆଶଙ୍କା କଲେ ପ୍ରତିରକ୍ଷା ମନ୍ତ୍ରଣାଳୟ । ଏଥିପାଇଁ ପୁଣି ଏକ ଆଡଭାଇଜରି ଜାରି କରାଯାଇଛି । ଚୀନର ଡେଭଲପର୍ସଙ୍କ ଦ୍ୱାରା ବନାଯାଇଥିବା ଆଣ୍ଡ୍ରଏଡ ଓ ଆଇଓଏସ୍ ଆପ୍ସରୁ ଡାଟା ଲିକ୍ କରାଯାଇପାରେ ବୋଲି ସୂଚନା ମିଳିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ୱିଚାଟ୍, ଭାଇରସ କ୍ଲିନର, ୟୁକେମ୍ ମ୍ୟାକଅପ୍, ବିୟୁଟି ପ୍ଲସ ଲଂଚର, ନ୍ୟୁଜ୍ ଡଗ, ଭିଭା ଭିଡିଓ, ଶେୟରଇଟ୍, ମେଲ୍ ମାଷ୍ଟର ଓ ଡିୟୁ ରେକର୍ଡର ଆଦି ବ୍ୟବହାର କରିବାକୁ ମନା କରାଯାଇଛି । ସେହିପରି ଏହି ତାଲିକାରେ ଥ୍ରୀ ସିକ୍ସଟି ସିକ୍ୟୁରିଟି, କ୍ଲିନ ମାଷ୍ଟର, ୟୁସି ନ୍ୟୁଜ୍ ଓ ୟୁସି ବ୍ରାଉଜରକୁ ବି ବିପଦପୂର୍ଣ୍ଣ ବୋଲି କୁହାଯାଇଛି ।