ରିଲିଜ୍ ହେଲା ଆମୀର ଖାନଙ୍କ ଆଗାମୀ ସିନେମା ‘ଦଙ୍ଗଲ’ର ଆଉ ଏକ ଗୀତ

47

ରିଲିଜ୍ ହୋଇଛି ମିଷ୍ଟର୍ ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ଆଗାମୀ ସିନେମା ‘ଦଙ୍ଗଲ’ର ଆଉ ଏକ ଗୀତ  । ଯାହାର ମୁଖଡା ରହିଛି ‘ଧାକଡ ଛୋରୀ’ । ଗୀତରେ ମହାବୀର ସିଂହ ଫୋଗଟଙ୍କ ଭୂମିକାରେ ଅଭିନୟ କରୁଥିବା ଆମୀର ତାଙ୍କ ଦୁଇ ଝିଅଙ୍କୁ ରେସଲର ବନାଇବାକୁ ଉତ୍ସାହ ପ୍ରଦାନ କରୁଥିବା ନଜର ଆସିଛି । କିପରି ଦୁଇ ଝିଅ ଦିନ ରାତି ଏକ ପରି ପରିଶ୍ରମ କରୁଛନ୍ତି ତାହା ଏହି ଗୀତରେ ସ୍ଥାନ ପାଇଛି । ଏହି ଗୀତକୁ ନୀଜ କଣ୍ଠରେ ସଜାଇଛନ୍ତି ରପ୍ତାର । ଆସନ୍ତା ଡିସେମ୍ବର ୨୩ ତାରିଖରେ ରିଲିଜ୍ ହେବ ‘ଦଙ୍ଗଲ’  ।