ଆଜି ବଡପରଦାକୁ ଆସିଛି ଅମୀର ଖାନଙ୍କ ସିନେମା ‘ଦଙ୍ଗଲ’

35

ଫିଲ୍ମି ଫ୍ରାଇଡେରେ ବଡପରଦାକୁ ଆସିଛି ଅମୀର ଖାନଙ୍କ ସିନେମା ‘ଦଙ୍ଗଲ’ । ଅମୀରଙ୍କ ସହ ମୁଖ୍ୟ ଭୂମିକାରେ ସାକ୍ଷୀ ତନୱର, ଫାତିମା ସନା, ସାନ୍ୟା ମଲହୋତ୍ରା, ଜାୟରା ବସିମ, ସୁହାନୀ ଭଟ୍ଟନାଗର ଓ ଅପାରଶକ୍ତି ଖୁରାନାଙ୍କୁ ଦେଖିବାକୁ ମିଳିଛି । ହରିୟାଣାର ରେସଲର ମହାବୀର ସିଂହ ଫୋଗଟଙ୍କ ଜୀବନିକୁ ନେଇ ଏହି ସିନେମା ନିର୍ମାଣ ହୋଇଛି । ମହାବୀର ସିଂହ ଫୋଗଟ କିପରି ନିଜ ଝିଅଙ୍କୁ ରେସଲିଂ ଚମ୍ପିୟାନ ବନାଇଛନ୍ତି ଏହାକୁ ନେଇ ସିନେମାଟି ଗତିଶୀଳ ହୋଇଛି । ଅମୀର ଖାନ୍, କିରନ ରାଓ ଓ ସିଦ୍ଧାର୍ଥ ରୟ କପୁର ଏହାର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିତେଶ ତିୱାରୀ  ।