ଚୀନବାସୀଙ୍କ ବଲିଉଡ ପ୍ରେମ । ‘ଦଙ୍ଗଲ’କଲା ରେକର୍ଡ । ଲୋକପ୍ରିୟ ସିନେମା, ଚୀନରେ କମାଇଲା ସବୁଠୁ ଅଧିକ ଟଙ୍କା
୨୦୧୬ରେ ରିଲିଜ ହୋଇଥିବା ସୁପରଷ୍ଟାର ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ ନୂଆ ବର୍ଷ ଆରମ୍ଭରୁ ପୁଣିଥରେ ଚର୍ଚ୍ଚାରେ । ଭାରତ ବ୍ୟତୀତ ଚୀନରେ ବି ରେକର୍ଡ କରିଛି ଆମିରଙ୍କ ଏହି ଫିଲ୍ମ । ଆମିରଙ୍କର ଫିଲ୍ମ ‘ଦଙ୍ଗଲ’ ପୁଣି ଥରେ ଏକ ନୂଆ ରେର୍କଡ ସୃଷ୍ଟି କରିଛି । ନିକଟରେ ଚାଇନାର ଆଇଏମଡିବି ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଫିଲ୍ମ ‘ଦଙ୍ଗଲ’ ପ୍ରଥମ ସ୍ଥାନ ହାସଲ କରିପାରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଫିଲ୍ମ ବିଷୟରେ ଆଇଏମଡିବି ନିଜ ରିପୋର୍ଟରେ କହିଛି ଯେ ୨୦୧୭ରେ ଭାରତୀୟ ଫିଲ୍ମ ଭାବେ ଚାଇନାରେ ରିଲିଜ କରାଯାଇଥିବା ଏହି ଫିଲ୍ମଟି ସେଠାରେ ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ଭାବେ ପ୍ରମାଣିତ ହୋଇଛି । ଏବଂ ଏହି ଫିଲ୍ମ ଆୟ କରିବାରେ ମଧ୍ୟ ସମସ୍ତ ରେର୍କଡକୁ ପଛରେ ପକାଇଦେଇଛି ।
ଭାରତରେ ଫିଲ୍ମ ୨୩ ଡିସେମ୍ବର ୨୦୧୬ରେ ରିଲିଜ ହୋଇଥିଲା । ଫିଲ୍ମ ହରିୟାଣାର କୁସ୍ତିଯୋଦ୍ଧା ମହାବୀର ସିଂ ଫୋଗାଟ ଏବଂ ତାଙ୍କର ଝିଅ ଗୀତା ଏବଂ ବବିତା ଫୋଗାଟଙ୍କ ଜୀବନ ଏବଂ ତାଙ୍କର ସଂଘର୍ଷ ଉପରେ ଆଧାରିତ ହୋଇଥିଲା । ଫିଲ୍ମରେ ଆମିରଙ୍କ ବ୍ୟତିତ ଫାତିମା ସନା ଶେଖ, ଜାୟରା ୱସିମ, ସାକ୍ଷୀ ତନୱର ମଧ୍ୟ ନଜର ଆସିଥିଲେ । ଫିଲ୍ମଟି ଭାରତରେ ୩୭୪ କୋଟି ଟଙ୍କା ଆୟ କରିଥିଲା ।
ସେହିପରି ଫିଲ୍ମ ଚାଇନା ବ୍ୟତିତ ୟୁଏସ, ଅଷ୍ଟ୍ରେଲିଆ, କାନ୍ନାଡା, ତାଇବାନ, ୟୁଏଇରେ ମଧ୍ୟ ଖୁବ ହିଟ ହୋଇଥିଲା । ବିଶ୍ୱସ୍ତରରେ ଫିଲ୍ମଟି ୨୦୦୦ କୋଟି ଆୟ କରିବା ସହିତ ଭାରତୀୟ ଫିଲ୍ମ ଜଗତରେ ସବୁଠାରୁ ଅଧିକ ଆୟ କରିବାର ରେର୍କଡ ନିଜ ନାମରେ କରିପାରିଛି ।