କଳିଙ୍ଗଠୁ ପ୍ରତିଶୋଧ ନେଲା ମୁମ୍ବାଇ! ୫/୨ ଗୋଲରେ ଲାନସର୍ସକୁ ମାତଦେଲା ଦବଂଗ ମୁମ୍ବାଇ

23

କନକ ବ୍ୟୁରୋ: କଳିଙ୍ଗଠୁ ପ୍ରତିଶୋଧ ନେଲା ମୁମ୍ବାଇ । କଳିଙ୍ଗ ଲାନସର୍ସ ଏବଂ ଦବଙ୍ଗ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହକି ମ୍ୟାଚରେ ମୁମ୍ବାଇ ୫/୨ ଗୋଲରେ ବିଜୟୀ ହୋଇଛି । ଜବରଦସ୍ତ ଫର୍ମରେ ଥିବା ଦବଙ୍ଗମୁମ୍ବାଇ ଦଳ ଫାଷ୍ଟ କ୍ୱାଟରରୁ ଘରୋଇ ଦଳ କଳିଙ୍ଗ ଲାନସର୍ସକୁ ଚେକ ଦେଇଥିଲା । ସେକେଣ୍ଡ କ୍ୱାଟର ପରଠାରୁ ଗୋଟିକ ପରେ ଗୋଟିଏ ଗୋଲ ଦେଇ କଳିଙ୍ଗ ଲାନସର୍ସକୁ ହତାଶ କରିଥିଲା ।

ତେବେ ମୁମ୍ବାଇ ଦଳ ୫ ଟି ଗୋଲ ଦେଇଥିବା ବେଳେ ଶେଷ କ୍ୱାଟରରେ ଘରୋଇ କଳିଙ୍ଗ ଲାନସର୍ସ ୨ ଟି ଗୋଲ ଦେବାକୁ ସମର୍ଥ ହୋଇପାରିଥିଲା । ଦବଂଗ ମୁମ୍ବଇର ଗୁରୁଜାଂଟ ସିଂ ଗୋଲ୍ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିବାବେଳେ ଗୋଲ ରକ୍ଷକ ଡେଭିଡ ହାର୍ଟେ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ ।

ସେହିପରି ଲାନସର୍ସର ଅମିତ ରୋହିଦାଶ ଶ୍ରେଷ୍ଠ ମନୋରଂଜନକାରୀ ଖେଳାଳୀର ପୁରସ୍କାର ପାଇଥିଲେ । ଏବେ କଳିଙ୍ଗ ଲାନସର୍ସ ୨୦ ପଏଂଟ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦବଙ୍ଗ ମୁମ୍ବାଇ ୨୩ ପଏଂଟ ପାଇ ଶୀର୍ଷରେ ଅଛି ।