ଖାଦ୍ୟ ନବଦଳାଇ ସବୁଦିନ ପାଇଁ ରୁପିକୁ କରନ୍ତୁ ଦୂର ? ଆପଣାନ୍ତୁ କିଛି ସ୍ୱତନ୍ତ୍ର ଟିପ୍ସ

60

ଅଧିକାଂଶ ଯୁବ ପିଢିଙ୍କ ପାଇଁ ଶୀତଦିନେ କେଶମୂଳେ ରୁପି ଏକ ପ୍ରମୁଖ ସମସ୍ୟା ପାଲଟିଛି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ତେଲ, ଶାମ୍ପୁ କିମ୍ବା ମେଡିସିନ ବ୍ୟବହାର କରିବାକୁ ପଛାଇନଥାନ୍ତି । ହେଲେ ଜାଣନ୍ତି କି ଏସବୁରେ ଥିବା କେମିକାଲ ପ୍ରଭାବରେ କେଶ ଝଡିଥାଏ । ତେଣୁ ଆପଣ ଚାହିଁଲେ କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦେଇ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର କରି ପାରିବେ ।

– ଭିଟାମିନ ବି ୬ , ଏ, ସି, ଇ ସହିତ ଜିଙ୍କ୍, ପୋଟାସିୟମ ଏବଂ ଆଇରନ ଭଳି ମିନେରାଲ୍ସ ଥିବା ଖାଦ୍ୟ ମୁଣ୍ଡରେ ରୁପି ହେବାକୁ ଦିଏନାହିଁ । ଶୀତଦିନରେ ମିଳୁଥିବା ଫଳରେ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ । ସେହିପରି ସେଓ ଏବଂ ଅମୃତଭଣ୍ଡାରେ ଥିବା ଏନଜାଇମ ଆପଣଙ୍କ ହଜମ ଶକ୍ତି ବଢାଇବା ସହ ରୁପି କମାଇଥାଏ । କଦଳୀରେ ପ୍ରଚୁର ପରିମାଣରେ ଥିବା ଆମିନୋଏସିଡ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରୁପି ଦୂର କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ସହ ଏହାକୁ ପେଷ୍ଟ କରି ମୁଣ୍ଡରେ ମଧ୍ୟ ଲଗାଇ ପାରିବେ ।

– ରୁପି ସମସ୍ୟା ଥିଲେ ଦୁଗ୍ଧଜାତ ଖାଦ୍ୟ ଖାଇବା ଅନୁଚିତ ।

– ଅଦା ଏବଂ ରସୁଣକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ । କାରଣ ଅଦାରେ ଭରି ରହିଥିବା ଆଣ୍ଟିବ୍ୟାକଟେରିଆଲ ଓ ଆଣ୍ଟିଫଙ୍ଗାଲ ଉପାଦାନ ଏବଂ ରସୁଣରେ ଥିବା ଆଲିସିନ ନାମକ ଆଣ୍ଟିଫଙ୍ଗାଲ ଉପାଦନ ରୁପି ନଷ୍ଟ କରିଥାଏ ।

– ବୁଟରେ ଅଧିକ ପରିମାଣରରେ ଭିଟାମିନ ବି୬ ଏବଂ ଜିଙ୍କ ଥାଏ ଯାହା ରୁପି ଦୂର କରିଥାଏ । ଏହାକୁ ଖାଇବା ସହିତ ପ୍ୟାକ ପ୍ରସ୍ତୁତ କରି କେଶମୂଳରେ ଲଗାଇଲେ ଉପଶମ ମିଳିଥାଏ ।

– ମାଛ ତେଲ ଖାଇବା ଦ୍ୱାରା ଶୀତଦିନେ ତ୍ୱଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ ଏବଂ ରୁପି ହେବାକୁ ଦେଇ ନଥାଏ ।

– ଏସବୁ ବ୍ୟତିତ ଶୀତଦିନେ ବାରମ୍ବାର କେଶ ଧୁଅନ୍ତୁ ନାହିଁ । ନିୟମିତ ସମୟ ଅନ୍ତରାଳରେ କେଶରେ ତେଲ ମସାଜ କରନ୍ତୁ । ବାହାରକୁ ଯାଉଥିଲେ କେଶକୁ ମଫଲର, କ୍ୟାପ କିମ୍ବା ସ୍କାର୍ଫ ସାହାଯ୍ୟରେ ଘୋଡାଇ ରଖନ୍ତୁ ଯେପରି ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବ । କାରଣ ଏହାଦ୍ୱାରା ରୁପି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ।