ଆପଣଙ୍କ ମୁଣ୍ଡରେ ରୂପି ହେଉଛି କି ! ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

160

ଶୀତଦିନ ଆସିବା ମାତ୍ରେ ଅନେକ ଲୋକମାନେ ଭିନ୍ନ ଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ ରୂପି ସମସ୍ୟା ଅନ୍ୟତମ । ସାଧାରଣତଃ ଶୀତଦିନେ କେଶ ମୂଳ ଶୁଷ୍କ ହୋଇଯିବାରୁ ରୂପି ହୋଇଥାଏ । ଏଥିଯୋଗୁଁ କେଶ ଝଡି ଥାଏ । ସେଥିପାଇଁ ଅନେକ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ସାମ୍ପୁ, ତେଲ ଏବଂ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରିଥାନ୍ତି । ଏହାଦ୍ୱାରା ସେମାନଙ୍କୁ କୌଣସି ଫାଇଦା ହୋଇନଥାଏ । ଯଦି ଆପଣମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର ।

ଆପେଲ୍ ସାଇଡର୍ ଭିନେଗାର –
ପ୍ରଥମେ ଏକ ସ୍ପ୍ରେ ବୋତଲ ନିଅନ୍ତୁ । ସେଥିରେ ସମାନ ମାତ୍ରାରେ  ଆପେଲ୍ ସାଇଡର୍ ଭିନେଗାର ଏବଂ ପାଣି ମିଶାନ୍ତୁ । କେଶ ମୂଳରେ ଏହାକୁ ସ୍ପ୍ରେ କରନ୍ତୁ । ଏହି ତେଲିଆ କେଶକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ କେଶକୁ ଧୋଇ ଦିଅନ୍ତୁ । ଏହିଭଳି ସପ୍ତାହରେ ୨ଥର କରିବା ଦ୍ୱାରା ରୂପୀ ସମସ୍ୟା ଦୂର ହୋଇଥାଏ ।

ନଡିଆ ତେଲ-
କିଛି ପରିମାଣର ନଡିଆ ତେଲ ଗରମ କରି କେଶ ମୂଳରେ ମସାଜ୍ କରନ୍ତୁ । ଏହାକୁ ୧ଘଂଟା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଥଣ୍ଡାପାଣିରେ କେଶକୁ ଧୋଇ ଦିଅନ୍ତୁ । ସପ୍ତାହରେ ୩ଥର ଏଭଳି କରନ୍ତୁ ।

ମହୁ-
ଗୋଟେ ବଡ ଚାମଚ ମହୁରେ ୨/୩ କପ୍ ପାଣି କୁ ଭଲରେ ମିଶ୍ରଣ କରନ୍ତୁ । ଏହାକୁ କେଶ ମୂଳରେ ଆଙ୍ଗୁଠି ସାହାଯ୍ୟରେ ଲଗାନ୍ତୁ । ପୁଣି ଟାଉଲ୍ ସାହାଯ୍ୟରେ ଏହାକୁ ସଫା କରି ଦିଅନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ୨/୩ ଥର ନିତ୍ୟାନ୍ତ ବ୍ୟବହାର କରନ୍ତୁ ।

ରସୁଣ-
ରସୁଣର କିଛି ପାଖୁଡା ନେଇ ପେଷ୍ଟ କରନ୍ତୁ ଏବଂ ସେଥିରେ ୧ଚାମଚ ମହୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶ ମୂଳରେ ମସାଜ୍ କରନ୍ତୁ । ଏହାର ୧୫ ମିନିଟ୍୍ ପରେ କେଶ ଧୋଇ ଦିଅନ୍ତୁ । ଏଭଳି ସପ୍ତାହରେ ୨ଥର କରନ୍ତୁ ।

ଘିକୁଆଁରୀ-
ଘିକୁଆଁରୀ ରସକୁ କେଶ ମୂଳରେ ମସାଜ୍ କରି ୧ଘଂଟା ଛାଡି ଦିଅନ୍ତୁ । ଏହା ପରେ ସାମ୍ପୁ ଏବଂ ପାଣି ସାହାଯ୍ୟରେ କେଶକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ ।