ଶୀତଦିନେ ମୁଣ୍ଡରେ ଯଦି ରୂପି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆପଣାନ୍ତୁ ଏହି ୩ ଟି ଉପାୟ ! ୧୦ ଦିନ ଭିତରେ ସମ୍ପୁର୍ଣ୍ଣ ଭାବରେ ରୁପି ସମସ୍ୟାରୁ ପାଇବେ ମୁକ୍ତି । 

980

ରୂପି କେଶର ସୁନ୍ଦରତା ଶେଷ କରିଦିଏ ଏବଂ କେଶର ପ୍ରାକୃତିକ ସୁନ୍ଦରତା ଏବଂ ଚମକତା ଉପରେ ପ୍ରଭାବ ପକାଇଥାଏ । ସମସ୍ତଙ୍କ କେଶ ଏକାଭଳି ନ ହୋଇ ଭିନ୍ନ ଭିନ୍ନ ହୋଇଥାଏ ଏମିତିରେ ଦେହକୁ ସୁହାଇଲା ଭଳି ସାମ୍ପୁ ଯଦି ବ୍ୟବହାର ନ କରିବେ ତେବେ କେଶରେ ରୁପି ହେବା ସୁନିଶ୍ଚିତ । ଯେଉଁଥିପାଇଁ କେଶ ଶୁଷ୍କ ଏବଂ ଜୀବନହୀନ ମଧ୍ୟ ହୋଇଯାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ୩ ଟି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କଲା ପରେ ଆପଣଙ୍କ ଏହି ସମସ୍ୟାରେ କିଛି ଟା ଉପସମ ମିଳିବ ।

୧ . ଦୁଇ ଚାମଚ ନଡିଆତେଲରେ ଅଧା ଚାମଚ କର୍ପୁର ଗୁଣ୍ଡ ମିଶାଇ ଭଲ ଭାବରେ ମିଶାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଭଲ ଭାବରେ ମାଲିସ୍ କରନ୍ତୁ ଘଣ୍ଟାଏ ଶୁଖିବା ପାଇଁ ଛାଡି ଦିଅନ୍ତୁ ।

୨ . ଦୁଇ ଚାମଚ ବେକିଂ ସୋଡାରେ ଅଳ୍ପ ପାଣି ମିଶାଇ ଭଲଭାବରେ ମିକ୍ସ କରନ୍ତୁ । ଏହାପରେ କେଶରେ ଲଗାଇ ୧୫ ମିନିଟ୍ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଭଲଭାବରେ କେଶ ଧୋଇଦିଅନ୍ତୁ । ରୁପି ସମସ୍ୟା ଦୂର ହେବ ।

୩ . ନିମ ଓ ତୁଳସୀ ପତ୍ର ନେଇ ପାଣିରେ ଫୁଟାନ୍ତୁ । ପାଣି ଅଧା ହୋଇଗଲେ ଛାଣି ଥଣ୍ଡା କରନ୍ତୁ । ଏହି ପାଣିରେ କେଶ ଧୁଅନ୍ତୁ । କିଛି ସମୟ ଏହି ଉପଚାରକୁ ଆପଣାଇବା ପରେ ଫରକ ନିଜେ ହିଁ ଜାଣିପାରିବେ ।