ଦଣ୍ଡପାଟୁଆ

22

ନିଜକୁ କଷ୍ଟ ଦେଇ ଭଗବାନଙ୍କୁ ସନୁଷ୍ଟ କରିବାର ଚିନ୍ତାଧାରା କାହିଁ କେତେକାଳୁ ରହି ଆସିଛି ବିଭିନ୍ନ ଧର୍ମରେ  । ହିନ୍ଦୁ ଧର୍ମରେ ମଧ୍ୟ ସେମିତି ଏକ ଧର୍ମୀୟ ଭାବନା , ଚିନ୍ତାଧାରା ଓ ପରମ୍ପରା ରହିଛି  । ଓଡିଶାରେ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ଏମିତି ଧର୍ମୀୟ ଧାରାକୁ ସମସ୍ତେ ଦଣ୍ଡ ବା ଦଣ୍ଡନାଚ ହିସାବରେ ଜାଣନ୍ତି  । ଚୈତ୍ର ମାସର ଅସହ୍ୟ ରୌଦ୍ରତାପ ଭିତରେ ଏମାନେ ନିଜକୁ କଷ୍ଟ ଦେବାର ଓ କଷ୍ଟ ସହିବାର ଏକ ଆଶ୍ଚର୍ଯ୍ୟଜନକ ଧର୍ଯ୍ୟ ପ୍ରଦର୍ଶନ କରନ୍ତି  । ଆଜି ଜୀବନର କାନ୍ଭାସ୍ରେ ସେମାନଙ୍କ ଜୀବନ ଚର୍ଚ୍ଚା, ଦଣ୍ଡପାଟୁଆ  ।