ବଲିଉଡରେ ଚର୍ଚ୍ଚିତ ହେଲେ ଡ୍ୟାନ୍ସିଙ୍ଗ୍ ଅଙ୍କଲ ! ସୁନୀଲଙ୍କ ଠାରୁ ସଲମାନ ସମସ୍ତଙ୍କ ସହ କଲେ ସାକ୍ଷାତକାର । 

29

କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଡ୍ୟାନ୍ସିଙ୍ଗ୍ ଅଙ୍କଲ ବା ପ୍ରଫେସର ସଂଜୀବ ଶ୍ରୀବାସ୍ତବ ଏବେ କୌଣସି ସେଲିବ୍ରିଟି ଠାରୁ ଆଉ କମ୍ ହୋଇ ରହିନାହାନ୍ତି । ତାଙ୍କୁ ଦିନରେ ହଜାରରୁ ଅଧିକ ଫୋନ୍ କଲ୍ ଆସୁଛି । ବିଭିନ୍ନ ଗଣମାଧ୍ୟମ ତାଙ୍କୁ ସାକ୍ଷାତକାର ପାଇଁ ନିମନ୍ତ୍ରଣ କରୁଛନ୍ତି । ପ୍ରଥମେ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କୁ ସାକ୍ଷାତ କରି ବିଦିଶା ମ୍ୟୁନିସିପାଲିଟିର ବ୍ରାଣ୍ଡ ଆମ୍ବାସାଡାର କରିଦେଲେ ।

ଏହାପରେ ବଲିଉଡ୍ ଅଭିନେତା ତଥା ଏଙ୍ଗ୍ରି ମେନ୍ ନାଁରେ ପରିଚିତ ସୁନୀଲ୍ ସେଟ୍ଟି ତାଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସିବା ପାଇଁ ନିମନ୍ତ୍ରଣ ଦେଲେ । ଏହାପରେ ତାଙ୍କୁ ବଲିଉଡର ଗଡ୍ ଫାଦର କୁହାଯାଉଥିବା ସଲମାନ୍ ଖାନଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ସେ ନିଜ ପରିବାର ସହ “ଦସ୍ କା ଦମ୍” ସେଟରେ ପହଞ୍ଚିଥିଲେ । ସଲମାନ୍ ଡ୍ୟାନ୍ସିଙ୍ଗ୍ ଅଙ୍କଲଙ୍କୁ ନିଜ ଶୋ’ରେ ଫିଚର କରିବାକୁ କହିଥିଲେ । ଅର୍ଥାତ୍ ଏବେ ଦସ୍ କା ଦମ୍ ଶୋ’ରେ ଡ୍ୟାନ୍ସିଙ୍ଗ୍ ଅଙ୍କଲଙ୍କୁ ଦେଖିବାକୁ ମିଳିବ । ସଲମାନଙ୍କ ସହ ମିଶିବା ପରେ ସଂଜୀବ ନିଜ ପରିବାର ସହ ତାଭ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।

ଏତଦ୍ ବ୍ୟତୀତ ସେ ଗୋବିନ୍ଦାଙ୍କ ଗୀତ “ଆପକେ ଆଜାନେ ସେ” ର ହିରୋଇନ୍ ନିଲମଙ୍କ ସହ ମଧ୍ୟ ଦେଖା କରି ବାଃ ବାଃ ସାଉଁଟିଥିଲେ । ତେବେ ସଂଜୀବଙ୍କୁ ଖାଲି ଡ୍ୟାନ୍ସିଙ୍ଗ୍ ଅଙ୍କଲର ଟାଗ୍ ଲାଇନ୍ ମିଳିଛି ଏତିକି ନୁହଁ ତାଙ୍କୁ ଖୁବ୍ ଶୀଘ୍ର ସିନେମାରେ ମଧ୍ୟ ରୋଲ୍ ମିଳିବାର ଖବର ଶୁଣିବାକୁ ମିଳୁଛି ।