ଗୋଟିଏ ମଂଚରେ ଗୋବିନ୍ଦା – ଶ୍ରୀବାସ୍ତବ ! ନିଜ ଆଇଡଲଙ୍କ ସହ ଡ୍ୟାନ୍ସ କଲେ ଡବୁ ଅଙ୍କଲ୍, ପୁଣି ପାଲଟିଲେ ଇଣ୍ଟରନେଟର ସେନସେସନ୍ ।

42

କନକ ବ୍ୟୁରୋ : ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ କରି ଇଣ୍ଟରନେଟର ସେନସେସନ୍ ପାଲଟି ଥିବା ଡବୁ ଅଙ୍କଲ୍ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାର ପରିସରକୁ । ନିଜ ପ୍ରିୟ ତାରକା ଗୋବିନ୍ଦାଙ୍କ ସହ ଗୋଟିଏ ମଂଚରେ ନାଚିବାର ସୁଯୋଗ ମିଳିଛି ପ୍ରଫେସର୍ ସଂଜୀବ ଶ୍ରୀବାସ୍ତବ ଓରଫ ଡବୁ ଅଙ୍କଲଙ୍କୁ । କେମିତି ରହିଥିଲା ସେହି ସମୟର ଦୃଶ୍ୟ ଆସନ୍ତୁ ଜାଣିବା ।

ଗୋବିନ୍ଦାଙ୍କ ଗୀତରେ ନାଚି ଇଣ୍ଟନେଟରେ ଚହଳ ସୃଷ୍ଟି କରିଥିବା ଡବୁ ଅଙ୍କଲ ବା ପ୍ରଫେସର୍ ସଂଜୀବ ଶ୍ରୀବାସ୍ତବଙ୍କ ସ୍ୱପ୍ନ ହୋଇଛି ପୁରଣ । କାରଣ ନିଜର ଏହି ପ୍ରିୟ କଳାକାରଙ୍କ ସହ ସାକ୍ଷାତ୍ କରିବାର ସୁଯୋଗ ମିଳିଛି ତାଙ୍କୁ । ନିଜ ଗୋବିନ୍ଦା ଡ୍ୟାନ୍ସ ପାଇଁ ଡବୁ ଅଙ୍କଲ୍ ଏବେ ପୁଣିଥରେ ଇଣ୍ଟନେଟରେ ଛାଇ ଯାଇଛନ୍ତି । ହେଲେ ଏଥର ତାଙ୍କ ସାଥିରେ ନଜର ଆସିଛନ୍ତି ଗୋବିନ୍ଦା । ଆଉ ଗୋବିନ୍ଦାଙ୍କ ସହ ସେହି ଗୀତରେ ବି ଧୁମ୍ ଧମାଲ୍ ଡ୍ୟାନ୍ସ କରିଛନ୍ତି ସେ । ରିୟାଲିଟି ଶୋ ଡ୍ୟାନ୍ସ ଦିୱାନା ମଂଚ ଉପରେ ଦେଖିବାକୁ ମିଳିଛି କିଛି ଏହିପରି ଝଲକ । ଯେଉଁଠି ଡବୁ ଅଙ୍କଲଙ୍କ ଯୋଡି ବେଶ ଜମିଥିଲା ଡ୍ୟାନ୍ସିଂ ସୁପରଷ୍ଟାର୍ ଗୋବିନ୍ଦାଙ୍କ ସହ । ନିଜର ଆଇଡଲଙ୍କୁ ଏତେ ପାଖରୁ ଦେଖି ଭାବବିହ୍ୱଳ ହୋଇ ଯାଇଥିଲେ ସଂଜୀବ ଶ୍ରୀବାସ୍ତବ । ଏମିତି କି ସେ ଆଣ୍ଠେଇ କି ଗୋବିନ୍ଦାଙ୍କ ଆଗରେ ହାତ ଯୋଡି ପକାଇଥିଲେ । ଡବୁ ଅଙ୍କଲ୍ ଡ୍ୟାନ୍ସ ଦେଖି ଗୋବିନ୍ଦା ବି ବେଶ୍ ଖୁସି ହୋଇଥିଲେ । ନିଜଡ ୟୁନିକ୍ ଷ୍ଟାଇଲ୍ ଡ୍ୟାନ୍ସ ପାଇଁ ଲୋକପ୍ରିୟ ଅଭିନେତା ଗୋବିନ୍ଦା ବି ନିଜ ଡ୍ୟାନ୍ସ ଷ୍ଟାଇଲ୍ ଦେଖାଇଥିଲେ ଏହି ଅବସରରେ ।