ଅଧିକ ଲୋକପ୍ରିୟତା ପରେ ଅଡୁଆରେ ଡ୍ୟାନ୍ସିଂ ଅଙ୍କଲ ! ଉଠାଇଲେ ଏହି ପଦକ୍ଷେପ ।

39

ରାତାରାତି ଇଣ୍ଟରନେଟରେ ହାଇଲାଇଟ ହୋଇଥିବା ଡବୁ ଅଙ୍କଲ ଅର୍ଥାତ ସଞ୍ଜୀବ ଶ୍ରୀବାସ୍ତବ ଦେଶବିଦେଶରେ ନିଜ ଡ୍ୟାନ୍ସ ଭିଡିଓ ପାଇଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଡବୁ ଅଙ୍କଲର ଲୋକପ୍ରିୟତା ଏତେ ମାତ୍ରାରେ ବଢିଯାଇଛି ଯେ, ଏବେ ତାଙ୍କୁ ଅନେକ ଟିଭି ସୋରୁ ଅଫର ମିଳୁଥିବା ଖବର ସାମ୍ନାକୁ ଆସିଛି । କିନ୍ତୁ ଏହି ଲୋକପ୍ରିୟତା ଏବେ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି । ରିପୋର୍ଟ ଅନୁଯାୟୀ, ୧ ସପ୍ତାହ ମଧ୍ୟରେ ଡବୁ ଅଙ୍କଲଙ୍କୁ ୧ ହଜାରରୁ ଅଧିକ ଫୋନ କଲ ଆସି ସାରିଲାଣି । ସେ ଏହି କଲ ଗୁଡିକୁ ରିସିଭ କରି ଏତେ ଟେନସନ ହୋଇଗଲେଣି ଯେ, ଶେଷରେ ନିଜ ମୋବାଇଲକୁ ତାଙ୍କ ଭାଇଙ୍କୁ ଦେଇ ଦେଇଛନ୍ତି । ଏବେ ତାଙ୍କ ଭାଇ ସମସ୍ତ କଲ ନେଉଛନ୍ତି ।

କେବଳ ଏତିକି ନୁହେଁ, ନିଜ ପ୍ରଂଶସକ ମାନଙ୍କ ସହ କଥା ହେବା ପାଇଁ ସେ ଟ୍ୱିଟରରେ ନିଜ ଆକାଉଣ୍ଟ ଖୋଲିଛନ୍ତି । ତେବେ ଏଥିରେ ଆସୁଥିବା ମେସେଜ ଏବଂ ପ୍ରଶ୍ନକୁ ସାମ୍ନା କରିବାରେ ସେ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି । ଆଉ ଠିକ ଏହି କାରଣରୁ ସେ ବଲିଉଡରୁ ମିଳୁଥିବା ଅଫରରେ ଧ୍ୟାନ ଦେଇପାରୁନାହାନ୍ତି । ଏଥି ପାଇଁ ସେ ନିଜ ଫୋନ ତାଙ୍କ ଭାଇଙ୍କୁ ଦେଇ ନିଜର ପୁରା ଧ୍ୟାନ ଏହି ଅଫର ଉପରେ ରଖୁଛନ୍ତି । ସୂଚନା ଅନୁସାରେ, ଡବୁ ଅଙ୍କଲ ଗଣମାଧ୍ୟମକୁ ମଧ୍ୟ କ୍ରମାଗତ ଭାବେ ନିଜର ସାକ୍ଷାତକାର ଦେଉଛନ୍ତି । ଏପରିକି ଲୋକମାନେ ତାଙ୍କ ସହ ସାକ୍ଷାତ କରିବା ପାଇଁ ତାଙ୍କ ଘର ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଶ୍ରୀବାସ୍ତବ କହିଛନ୍ତି, ବହୁତ ଶୀଘ୍ର ସେ ସମୟ ବାହାର କରି ବଲିଓଡ ଅଫର ବାବଦରେ ଚିନ୍ତା କରିବେ ଏବଂ ଯଦି ତାଙ୍କୁ ଅଫର ଭଲ ଲାଗିବ ତେବେ ସେ ତାକୁ ସ୍ୱୀକାର ମଧ୍ୟ କରିବେ । ତେବେ କେବଳ ଟିଭି ସୋ ନୁହେଁ ଏପରିକି ଅନେକ ଷ୍ଟାର ମଧ୍ୟ ତାଙ୍କ ପ୍ରୋଜେକ୍ଟ ପାଇଁ ଡବୁ ଅଙ୍କଲଙ୍କୁ ଆପ୍ରୋଚ କରୁଥିବା ଜଣାପଡିଛି ।