ଶ୍ରଦ୍ଧାଞ୍ଜଳୀ ସଭାରେ ଚାଲିଲା ନୃତ୍ୟର ଆସର ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍ ।

99

ବିବାହ ଉତ୍ସବ ହେଉ କିମ୍ବା ବଡ ବଡ ପାର୍ଟି ହେଉ ଉତ୍ସବ ଆୟୋଜନ କରିଥିବା ବ୍ୟକ୍ତିଜଣକ ମାହୋଲକୁ ରଙ୍ଗିନ୍ କରିବା ପାଇଁ ଟଙ୍କା ଦେଇ ନର୍ତ୍ତକୀ ଭଡାରେ ଆଣିଥାନ୍ତି । ଯେଉଁମାନେ ଉପସ୍ଥିତ ଅତିଥିଙ୍କ ମନୋରଞ୍ଜନ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକ ମଜା ନେବା ବଦଳରେ ହତବାକ୍ ହେଉଛନ୍ତି । ତେବେ ଏହି ଭିଡିଓରେ ମଧ୍ୟ ଜଣେ ନର୍ତ୍ତକୀ ଲୋକଙ୍କ ମନୋରଞ୍ଜନ କରୁଛନ୍ତି । କିନ୍ତୁ ପରିସ୍ଥିତି ଯେଉଁଭଳି ରହିଛି ତାହାକୁ ଦେଖି ଲୋକେ ଏବେ ଭିନ୍ନ ଭିନ୍ନ କଥା କହୁଛନ୍ତି ।

ଅସଲ କଥା ହେଉଛି ଉକ୍ତ ଉତ୍ସବଟି କୌଣସି ହାସ୍ୟଉଲ୍ଲାସର ଉତ୍ସବ ନୁହେଁ ବରଂ ଏହା ଏକ ଶ୍ରଦ୍ଧାଞ୍ଜଳୀ ସଭା । ଯେଉଁଠାରେ ଜଣେ ନର୍ତ୍ତକୀ ବଲିଉଡ୍ ଗୀତର ତାଳେ ତାଳେ ଠୁମକା ମାରୁଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ୍ ହେବାପରେ ଖୁବ୍ ଭାଇରାଲ୍ ହୋଇଥିଲା । ଷ୍ଟେଜ୍ ଉପରେ ଜଣେ ବୃଦ୍ଧ ଏବଂ ବୃଦ୍ଧାଙ୍କ ଶ୍ରଦ୍ଧାଞ୍ଜଳୀ ଫଟୋ ଲାଗିଥିବା ମଧ୍ୟ ସ୍ପଷ୍ଟ ଦେଖାଯାଉଛି । କିନ୍ତୁ ନା ସେଠାରେ କୌଣସି ପ୍ରାର୍ଥନାର ଝଲକ ଦେଖାଯାଉଛି ଆଉ ନା ହି କୌଣସି ଶୋକର ଚିତ୍ର । ତେବେ କେଉଁ ସ୍ଥାନରେ ଏଭଳି ଅସହଜ ନୃତ୍ୟ ଚାଲିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।