ଡ୍ୟାନ୍ସ ରୋବୋଟ୍ ଡ୍ୟାନ୍ସ ! ମନ ଜିତିଲା ରାଉରକେଲା ଏନଆଇଟି ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସିଂ ରୋବୋଟ୍

95

ରାଉରକେଲା : ରାଉରକେଲା ଏନଆଇଟିରେ ଦେଶର ପ୍ରଥମ ଥ୍ରୀ ଡି ପ୍ରିଂଟେଡ ରୋବୋଟର ନୃତ୍ୟ ଛାତ୍ରଛାତ୍ରୀଙ୍କୁ କିମିଆ କରିଛି । ଏହି ରୋବୋଟ୍ ଗୋଟିଏ ଇଂରାଜୀ ଓ ହିନ୍ଦୀ ସଂଗୀତରେ ଡ୍ୟାନ୍ସ କରିଛି । ରୋବୋଟର ନୃତ୍ୟ ସମସ୍ତଙ୍କୁ ପସନ୍ଦ ଆସିଥିବାରୁ ବାରମ୍ବାର ଅନୁରୋଧ ପରେ ରୋବୋଟ୍ ପୁଣି ଡ୍ୟାନ୍ସ କରିଥିଲା । ପୂର୍ବଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ବୈଷୟିକ ଉତ୍ସବ ଇନୋଭିଜନର ଉଦଘାଟନୀ ଉତ୍ସବରେ ଏହି ରୋବୋଟ୍ ଡ୍ୟାନ୍ସକୁ ଏ-ସେଟ୍ ଟ୍ରେନିଂ ଏଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ରାହୁଲ ସିଂହ ପରିଚାଳନା କରିଥିଲେ ।