ଦରିଆ ସେପାରିରୁ ଆସିଲା ଦାନ : କଳାହାଣ୍ଡିର ଦାନ ମାଝୀଙ୍କୁ ୯ ଲକ୍ଷ ଟଙ୍କା ଦେଲେ ବାହାରିନ୍ ପ୍ରଧାନମନ୍ତ୍ରୀ

48

vlcsnap-2016-09-15-18h46m56s781କନକ ବ୍ୟୁରୋ : ଦିଲ୍ଲୀସ୍ଥିତ ବାହାରିନ୍ ଦୂତାବାସରେ ଦାନ ମାଝୀ । ବାହାରିନ୍ ପ୍ରଧାନମନ୍ତ୍ରୀ ରାଜା ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫା ପଠାଇଛନ୍ତି ୯ ଲକ୍ଷ ଟଙ୍କା । ଆଉ ସେହି ଦାନ ଅର୍ଥକୁ ବାହାରିନ୍ ରାଷ୍ଟ୍ରଦୂତ ତାରିକ୍ ମୁବାରକ୍ ବିନ୍ ଡାଇନା ଦାନଙ୍କୁ ପ୍ରଦାନ କରିଛନ୍ତି । ସାରା ବିଶ୍ୱ ପାଇଁ ଖବର ପାଲିଟି ଯାଇଥିବା କଳାହାଣ୍ଡିର ଦାନ ମାଝୀଙ୍କୁ ଦେଖିବାକୁ ଆଜି ଦିଲ୍ଲୀରେ ବି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଭିଡ ଲାଗିଥିଲା । ହିନ୍ଦି ଓ ଇଂରାଜୀ ଚ୍ୟାନେଲର ସାମ୍ବାଦିକଙ୍କୁ ଦେଖି ହଡବଡେଇ ଯାଉଥିଲେ ଦାନ । ଆଉ କହିଥିଲେ , ଏ ପଇସାରେ ଝିଅଙ୍କୁ ପାଠ ପଢାଇବି ।

ଦିନେ ସ୍ତ୍ରୀର ମୃତଦେହକୁ ମେଲଘରାରେ ପହଂଚାଇବାକୁ ଆମ୍ବୁଲାନ୍ସ ମିଳିନଥିଲା। ହେଲେ ଆଜି ଏରୋପ୍ଲେନରେ ବସିଛନ୍ତି ଦାନ । କିନ୍ତୁ ବଦଳିନି ଛିଟ ଲୁଙ୍ଗିର ପରିପାଟୀ । ଅସହାୟ ଅଭାବୀର ଟ୍ୟାଗ୍ ହଟାଇ ଦାନଙ୍କ ଦେହରେ ଏବେ ଲାଗିଛି ଉଚ୍ଚ ମଧ୍ୟବିତ୍ତର ଷ୍ଟାମ୍ପ୍ । ୩ ଝିଅ ଏବେ ପାଠ ପଢିବାକୁ ଭୁବନେଶ୍ୱର ଚାଲି ଆସିଲେଣି ।

vlcsnap-2016-09-15-18h44m34s988ହୁଏତ ଦାନ ଅର୍ଥରେ ଦାନ ମାଝୀଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି । ସରଳ ଜୀବନ ସୁନ୍ଦର ହୋଇଯାଇଛି। ହେଲେ ପ୍ରଶ୍ନ ଉଠୁଛି ଦାନ ମାଝୀଙ୍କ ଶବ ବୁହା ଘଟଣା ରାଜ୍ୟକୁ ଦେଶରେ ଓ ଦେଶକୁ ସାରା ବିଶ୍ୱରେ ଲଜ୍ଜିତ କରିନି କି ! ବିକାଶ କଥା କହୁଥିବା ନବୀନ୍ ଓ ଡିଜିଟାଲ୍ ଇଣ୍ଡିଆର ସ୍ଲୋଗାନ୍ ଦେଉଥିବା ମୋଦିଙ୍କ ପାଇଁ ଏହା ଶକ୍ତ ଚାପୁଡା ନୁହେଁ କି !