ବିଧାନସଭାରେ ଉଠିଲା ଦାନ ମାଝୀ ପ୍ରସଙ୍ଗ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତର ହାସ୍ୟାସ୍ପଦ ବୋଲି କହିଲେ ତାରା ବାହିନୀପତି

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାର ଶୂନ୍ୟକାଳରେ ଉଠିଲା ଦାନ ମାଝୀ ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି ଉଠାଇଥିଲେ ଏହି ପ୍ରସଙ୍ଗ । ତେବେ ଦାନ ମାଝୀ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରଖିଥିବା ଉତରକୁ ନିନ୍ଦା କରିଛନ୍ତି ତାରା ବାହିନୀପତି । ଏହାସହ ବିଧାନସଭା ହାଉସ କମିଟି ଦାନ ମାଝୀର ଗାଁକୁ ଯାଇ ଘଟଣାର ତଦନ୍ତ କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ଏବଂ ଏଥିପାଇଁ ବାଚସ୍ପତିଙ୍କ ନିର୍ଦେଶ ଦାବି କରିଛନ୍ତି ତାରା ବାହିନୀପତି ।