ଦାନମାଝୀ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

25

କନକ ବ୍ୟୁରୋ : ଦାନମାଝୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ଦେଇଥିବା ସୂଚନା ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ଦାନ ମାଝୀ ସରକାରୀ ସହାୟତା ମାଗିନଥିବାରୁ ତାଙ୍କୁ ସୁବିଧା ଦିଆଯାଇଥିବା ମନ୍ତ୍ରୀଙ୍କ ଯୁକ୍ତି କି ପ୍ରକାର ସୁଶାସନର ମଡ଼େଲ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଡାକ୍ତରଙ୍କ ଠାରୁ ନର୍ସ ପର୍ଯ୍ୟନ୍ତ ଶବ ବୋହିବା ନେଇ ବାରମ୍ବାର ଅନୁରୋଧ କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଲିଖିତ ଉତରକୁ ବିଧାନସଭାରେ ଉପସ୍ଥାପନ କରି ସରକାରଙ୍କ ମୁଣ୍ଡରୁ ଦାୟିତ୍ୱ ହଟାଇ ଦେଉଛନ୍ତି ବୋଲି ଧର୍ମେନ୍ଦ୍ର ତାଙ୍କ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଠିକା ନର୍ସ ଏବଂ ସୁରକ୍ଷା ଏଜେନ୍ସି ଉପରେ ଦୋଷ ଲଦି ସରକାର ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି ।