କନକ ବ୍ୟୁରୋ : ଦାନ ମାଝୀଙ୍କୁ ମିଳିଛି ବାହାରିନ୍ ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି । ନୂଆଦିଲ୍ଲୀସ୍ଥିତ ବାହାରିନ୍ ଦୂତାବାସରେ ଦିଆଗଲା ଦାନ ମାଝୀଙ୍କୁ ୮,୮୭,୯୪୯ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ତ୍ରୀର ଶବକୁ କାନ୍ଧରେ ବୋହି ବୋହି ୧୦ କିଲୋମିଟର ରାସ୍ତା ବାଟ ଚାଲିଥିଲେ ଦାନ ମାଝୀ । ଯେଉଁ ଖବର ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଯାହାକୁ ନେଇ ଦାନ ମାଝୀ ବଶ୍ୱ ଦରବାରରେ ପରିଚିତ ।