ଦାମଙ୍କ ଭୂତ ଥିଓରୀ : ବିଷ୍ଣୁ କହିଲେ ଗୁଣିଆ ଡାକି ଝାଡି ହୁଅ

57

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୂଷା ପରେ ବିଜେଡିରେ ଭୂତ ଉପାଖ୍ୟାନ । ଦାମଙ୍କ ଭୂତ ଉପାଖ୍ୟାନକୁ ନେଇ ଏବେ ବିଜେଡିରେ ଚହଳ । ପୁରୁଣା ତିକ୍ତତାଥିବା ଦେବାଶିଷ ସାମନ୍ତରାୟ ଓ ବିଷ୍ଣୁ ଦାସଙ୍କ ସହ ଏଥର ପ୍ରତାପ ଜେନା ବି ଆସିଛନ୍ତି ଦାମଙ୍କ ଟାର୍ଗେଟରେ । ଏହି ତିନ ନେତାଙ୍କୁ ବିଜେଡିର ଭୂତ ବୋଲି କହିଛନ୍ତି ଦାମ । ଏମାନଙ୍କୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି ଦାମ ବାବୁ ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁ  । କହିଲେ, ଭୂତ ଲାଗିଛି, ଗୁଣିଆ ଡାକି ଝଡେଇ ହୁଅନ୍ତ ଦାମ  ।

ଦେବାଶିଷ ଓ ବିଷ୍ଣୁଙ୍କ ସହ ମିଶି ପ୍ରତାପ ଜେନା ବି କୁଆଡେ ଚେଷ୍ଟା କରିଥିଲେ ଦାମଙ୍କୁ ଅପମାନିତ କରିବା ପାଇଁ । ଦାମଙ୍କୁ ବାଦ୍ ଦେଇ ଜଗତସିଂହପୁର ଜିଲ୍ଲାରେ ଏମାନେ ସମାବେଶ କରିଥିଲେ । ହେଲେ ଏମାନଙ୍କୁ ମାତ୍ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଚରେ ଦେଇଥିଲେ ଦାମଙ୍କୁ ସ୍ଥାନ ।

ଭୂତ ଉପାଖ୍ୟାନ ପରେ ବି ଚୁପ୍ ବସି ନାହାନ୍ତି ଦାମ ବାବୁ । କଟକ ମହାନଗର ନିଗମ ଉପ-ନିର୍ବାଚନ ପରାଜୟକୁ ନେଇ ବିଜେଡି ବିଧାୟକଙ୍କୁ ପୁଣି ଘେରିଛନ୍ତି ଦାମ ବାବୁ ।

ପୂର୍ବରୁ ବିଜେଡିକୁ ଚ୍ୟାଲେଞ୍ଜ ଦେଇ ବିନା ଟିକେଟ୍ ଲଢିବାର ଦାବି କରି ନିଜ ଦମ୍ ବି ଦେଖାଇଥିଲେ ଦାମ । ବିଜେଡିରୁ ଟିକେଟ୍ ନ ମିଳିଲେ ଏକାକୀ ଲଢିବାର ଦମ୍ ଦେଖାଇବା ପରେ, ପୁଣି ଏବେ ଭୂତ ଉପାଖ୍ୟାନ । ଏହାକୁ ଦଳୀୟ ସୁପ୍ରିମୋ କିପରି ଗ୍ରହଣ କରୁଛନ୍ତି, ତା ଉପରେ ନଜର ।