ବିଜେଡି କୁର୍ତ୍ତାରେ ବାଲିଯାତ୍ରା ଧୂଳି ! ଦାମ କହିଲେ ଅତିଥି ହେବାକୁ ନାହିଁ ବିଷ୍ଣୁଙ୍କ ପ୍ରତିଭା

36

ଜଗତସିଂହପୁର : ପୁଣି ଦାମ-ବିଷ୍ଣୁ ବିବାଦ । ଏଥର ପ୍ରସଙ୍ଗ କଳିଙ୍ଗ ବାଲିଯାତ୍ରା । ପାରାଦୀପ କଳିଙ୍ଗ ବାଲିଯାତ୍ରାର ନିମନ୍ତ୍ରଣ ପତ୍ରରେ ରାଜ୍ୟସଭା ସାଂସଦ ବିଷ୍ଣୁ ଦାସଙ୍କ ନାଁ ନଥିଲା । ସାଂସଦ ଏଥି ପାଇଁ ତାଙ୍କ ପୁରୁଣା ରାଜନୈତିକ ଶତ୍ରୁ ଡାକ୍ତର ଦାମଦୋର ରାଉତଙ୍କୁ ଦାୟୀ କରିଛନ୍ତି । ସେପଟେ ଦାମ ଦେଇଛନ୍ତି ପାଲଟା ଜବାବ । କହିଛନ୍ତି, ପ୍ରତିଭା ନଥିବା ବ୍ୟକ୍ତିଙ୍କୁ ଅତିଥି କରାଯାଏ ନାହିଁ ।

ଦଳ ଭିତରେ ପରସ୍ପର ବିରୋଧରେ ବିଷ ଓଗାଳୁ ଓଗାଳୁ, ଦାମ-ବିଷ୍ଣୁ ବିବାଦ ପହଂଚିଛି ପାରାଦ୍ୱୀପ ବାଲିଯାତ୍ରା ପଡିଆରେ । ନିମନ୍ତ୍ରଣ ନ ପାଇବାରୁ, ଦାମଙ୍କୁ ଦାୟୀ କରିଛନ୍ତି ବିଷ୍ଣୁ । ଦାମ ବି ରଖିଛନ୍ତି ଜବାବ ।

ପୂର୍ବରୁ ଜଗତସିଂହପୁର ବିଧାୟକ ଥିବାରୁ ବିଷ୍ଣୁଙ୍କୁ ଅତିଥି କରାଯାଉଥିଲା ବୋଲି ଦାମ କହିଛନ୍ତି । ସେପଟେ ବିଷ୍ଣୁଙ୍କ ପାଲଟା ପ୍ରଶ୍ନ, ନିମନ୍ତ୍ରଣପତ୍ର ଛାପୁଥିଲେ କି ଦାମ?

ପ୍ରତିଭା ନଥିବା ବିଷ୍ଣୁଙ୍କୁ ଅତିଥି ନ କରାଯିବ ଅପରାଧ ନୁହେଁ ବୋଲି ଦାମ କହିବାରୁ, ହୀନ ରାଜନୀତି ନ କରିବାର ପରାମର୍ଶ ଦେଇଛନ୍ତି ବିଷ୍ଣୁ ।

ଦାମ-ବିଷ୍ଣୁ ବିବାଦ ପୁରୁଣା । ଗୋଟାଏ ପଟେ ଏମାନଙ୍କ କଥା କଟାକଟିକୁ ଯେଉଁଠି ରାଜ୍ୟବାସୀ ମଜାର ସହ ନେଇଥାନ୍ତି, ହେଲେ ଏହା ପ୍ରଭାବିତ କରୁଛି ଜଗତସିଂହପୁର ରାଜନୀତିକୁ ।