ଦାମୋଦର ମହାସୁଆରଙ୍କୁ ଖୋଜିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ

28

କନକ ବ୍ୟୁରୋ : ନିଳାଦ୍ରୀବିଜେ ବିଭ୍ରାଟ ଘଟଣାର ଖଳନାୟକଙ୍କୁ ଖୋଜୁଛି ପୁରୀ ପୁଲିସ । ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣା ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଖଳନାୟକ ଦାମୋଦର ମହାସୁଆରଙ୍କୁ ଖୋଜା ଚାଲିଛି । ଦାମୋଦରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଛାପା ମାରିଥିବା ସୂଚନା ମିଳିଛି । ପୁଲିସ ସୂତ୍ରରୁ ଜଣାପଡିଛି  ଆଜି ଭୁବନେଶ୍ୱରର ଘାଟିକିଆ, ରଘୁନାଥପୁର ସମେତ ୩ ସ୍ଥାନରେ ଚଢାଉ କରାଯାଇଛି । ତେବେ ଚର୍ଚ୍ଚା ହେଉଛି ଭୁବନେଶ୍ୱରରେ ରେଡ ସମୟରେ ନିଳାଦ୍ରୀବିଜେ ବିଭ୍ରାଟ ଘଟଣାର ମୁଖ୍ୟ କାର୍ପଟଦାର ଦାମୋଦର ମହାସୁଆର ଖସି ଯିବାରେ ସଫଳ ହୋଇଛନ୍ତି ।