ମୋଦିଙ୍କୁ ନେଇ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦୀୟ ବୟାନ । କହିଲେ, ପ୍ରଚାର ସର୍ବସ୍ୱ ନରେନ୍ଦ୍ର ମୋଦି ଗଣତନ୍ତ୍ର ପାଇଁ ବିପଦ ।

36

ମୋଦିଙ୍କୁ ନେଇ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦୀୟ ବୟାନ । ବିଜେପିର ବ୍ୟୟ ବହୁଳ ପ୍ରଚାରକୁ କଟାକ୍ଷ କରି କହିଛନ୍ତି, ପ୍ରଚାର ସର୍ବସ୍ୱ ନରେନ୍ଦ୍ର ମୋଦି ଭାରତୀୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଭାରତୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛନ୍ତି ମୋଦି । ୧୦୯ ଦେଶ ବୁଲି, ବହୁତ ପ୍ରଚାର କରିଛନ୍ତି ।

ହେଲେ ଗୁଜରାଟରେ ଆଣ୍ଠେଇ ପଡିଛନ୍ତି ମୋଦି । ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିବାକୁ ଚାହୁଁଛି ବିଜେପି । ଭାରତୀୟ ସମ୍ବିଧାନକୁ ଶୀତଳ ଭଣ୍ଡାରରେ ରଖିଛନ୍ତି । ନିଜ ଇଚ୍ଛାରେ ଦେଶ ଚଳାଇବାକୁ ଚାହୁଁଛନ୍ତି ବୋଲି ଦାମ କହିଛନ୍ତି ।

ସେପଟେ ଦାମଙ୍କ ବିବାଦୀୟ ବୟାନର କଡା ପ୍ରତିକ୍ରିୟା ରଖିଛି ବିଜେପି ।ମୋଦିଙ୍କ ସଫଳତା ଓ ଜନପ୍ରିୟତା ବୋଧେ ଦାମ ଭୂଲିଯାଇଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ତେବେ ଆଜି ବିଶ୍ୱରେ ଭାରତ ଯେଉଁ ସଫଳତା ପାଇଛି ତାର ଶ୍ର୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବା ଉଚିତ ବୋଲି ଏହି ବିଜେପି ନେତା କହିଛନ୍ତି । ତା ସହ ଦଳ ପାଇଁ ପ୍ରଚାର କରିବା କଣ ଭୁଲ କି ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ ।