ଆପଣଙ୍କ ଚିରାଫଟା ନୋଟ୍ ନେବାକୁ ଦୋକାନୀ ଅମଙ୍ଗୁଛନ୍ତି କି ? ଜାଣନ୍ତୁ କେଉଁଠି କରିବେ ଜମା ଏବଂ ପାଇବେ ନୂଆ ନୋଟ୍ ।

79

ଆଜିକାଲି ଫଟାନୋଟ୍ ନେବା ପାଇଁ କେହି ରାଜି ହେଉ ନାହାନ୍ତି । ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ପରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି । ଆଉ ଏଥିପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପଣ ବି ଏପରି ଅସୁବିଧା ଭୋଗୁଛନ୍ତି କି ? ଆପଣଙ୍କ ପାଖରେ କିଛି ଫଟା ନୋଟ ରହିଛି କିନ୍ତୁ ଆପଣ ସେଗୁଡ଼ିକ କାମରେ ଲଗାଇ ପାରୁ ନାହାନ୍ତି । ଅଟୋ ଚାଳକ ହୁଅନ୍ତୁ କି ଦୋକାନୀ କେହି ଆପଣଙ୍କ ଚିରାଫଟା ନୋଟ୍ ନେବା ପାଇଁ ରାଜି ହେଉନାହାନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । ଫଟା ଓ ବହୁତ ଖରାପ ଅବସ୍ଥାରେ ଥିବା ନୋଟ୍ ଗୁଡ଼ିକୁ ବ୍ୟାଙ୍କରେ ବଦଳାଇ ଦିଆଯାଏ । ପ୍ରତି ସହରରେ ମଧ୍ୟ ନୋଟ୍ ବଦଳାଇବା ପାଇଁ କିଛି ଛୋଟ ଛୋଟ ଦୋକାନ ଦେଖିବା ପାଇଁ ମିଳେ । ଯେଉଁଠି କମ ମୂଲ୍ୟରେ ନୋଟ୍ ବଦଳାଇ ଦିଆଯାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଫଟା ନୋଟ୍ କେଉଁଠି ବଦଳାଇବେ ଓ ତାହାର କେତେ ମୂଲ୍ୟ ମିଳିବ ।

୧/୨/୫/୧୦/୨୦ ନୋଟ୍ –

୫୦ ପ୍ରତିଶତରୁ କମ ଫଟା ନୋଟ୍ ପ୍ରତିବଦଳରେ ବ୍ୟାଙ୍କ ଆପଣଙ୍କୁ ପୁରା ମୂଲ୍ୟ ପ୍ରଦାନ କରିବ । ୫୦ ପ୍ରତିଶତରୁ ଅଧିକ ହେଲେ ଆପଣ ଗୋଟିଏ ବି ଟଙ୍କା ପାଇବେ ନାହିଁ ।

୫୦/୧୦୦/୨୦୦/୫୦୦/୨୦୦୦ ନୋଟ୍ –

– ଯଦି ନୋଟ୍ ୬୫ ପ୍ରତିଶତ ଠାରୁ କମ ଫାଟିଛି ତେବେ ଆପଣଙ୍କୁ ବ୍ୟାଙ୍କ ପୁରା ମୂଲ୍ୟ ଦେବ ।

– ଯଦି ନୋଟ୍ ୪୦ ପ୍ରତିଶତରୁ ଅଧିକ ଓ ୬୫ ପ୍ରତିଶତରୁ କମ ଫଟାଥାଏ, ତେବେ ଆପଣଙ୍କୁ ଅଧା ମୂଲ୍ୟ ପ୍ରଦାନ କରିବ ବ୍ୟାଙ୍କ୍ ।

– ଯଦି ନୋଟ୍ ୬୦ ପ୍ରତିଶତରୁ ଅଧିକ ଫାଟିଛି ତେବେ ଆପଣଙ୍କୁ କିଛି ଟଙ୍କା ମିଳିବ ନାହିଁ ।
ନୋଟ୍ ସହ ଜଡ଼ିତ ଆଉ କିଛି ମହତ୍ୱପୂର୍ଣ୍ଣ ସୂଚନା –

– ଫଟାନୋଟରେ ନମ୍ବର ଅଧିକ ମହତ୍ୱ ରଖେନାହିଁ । ଯଦି ନୋଟ୍ ନମ୍ବର ପାଖରୁ ଫାଟିଛି ତେବେ ଆପଣଙ୍କୁ ପୁରା ଟଙ୍କା ମିଳିବ ।

– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି ଆପଣଙ୍କ ପାଖରେ ଏପରି ନୋଟ୍ ଅଛି ଯାହାକୁ ଜାଣ ଜାଣି କଟା ଯାଇଛି କିମ୍ବା କୌଣସି ପରିବର୍ତ୍ତନ କରାଯାଇଛି , ତେବେ ଆପଣଙ୍କୁ କିଛି ଟଙ୍କା ମିଳିବ ନାହିଁ ।

– ଆରବିଆଇ ବିଗତ ବର୍ଷ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଯଦି କେହି କଟା କିମ୍ବା ଫଟା ନୋଟ୍ ଆଣନ୍ତି, ତେବେ ବ୍ୟାଙ୍କ୍ ସେମାନଙ୍କୁ ନୋଟ ବଦଳାଇବା ପାଇଁ ମନା କରିପାରିବେ ନାହିଁ । ଯଦି ନୋଟରେ ସିରିଏଲ ନମ୍ବର, ଗାନ୍ଧିଜୀଙ୍କ ୱାଟର ମାର୍କ ଓ ଗଭର୍ଣ୍ଣନରଙ୍କ ଶପଥ ଦେଖାଯାଉଛି , ତେବେ ବ୍ୟାଙ୍କ ନୋଟ ବଦଳାଇବା ପାଇଁ ବାଧ୍ୟ ।

– ୨୦୧୧୧ରେ ଆରବିଆଇ ନିର୍ଦ୍ଦେଶ ଅନୁସାରେ ଏଟିଏମରୁ ବାହରୁଥିବା ଖରାପ ନୋଟର ଦାୟିତ୍ୱ ମଧ୍ୟ ବ୍ୟାଙ୍କର ରହିବ । ଆଉ ଯେଉଁ ଏଜେନ୍ସି ଉକ୍ତ ନୋଟକୁ ଏଟିିମ୍ ମେସନିରେ ଭର୍ତ୍ତି କରିଥିଲେ ସେମାନେ ମଧ୍ୟ ଏଥିପାଇଁ ଦାୟୀ ରହିବେ ।

– ଯଦି ଗୋଟିଏ ଦିନରେ ୨୦ ରୁ ଅଧିକ ନୋଟ୍ କିମ୍ବା ୫୦୦୦ରୁ ଅଧିକ ମୂଲ୍ୟର ନୋଟ ବଦଳାଯାଏ ତେବେ ତାଙ୍କୁ ଚାର୍ଜ ଦେବା ପାଇଁ ପଡ଼ିବ ।

– ଯଦି କୌଣସି ବ୍ୟାଙ୍କ ନିୟମ ନମାନି ନୋଟ ବଦଳାଇବା ପାଇଁ ମନାକରନ୍ତି, ତେବେ ଉକ୍ତ ବ୍ୟାଙ୍କକୁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।