ବିଷ୍ଣୁଙ୍କ ଚ୍ୟାଲେଂଜ ପରେ ଜବାବ ରଖିଲେ ଦାମ: କହିଲେ, ବଂଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିପାରିବେନି ବିଷ୍ଣୁ ଦାସ

ପାରାଦୀପ ବିଧାୟକଙ୍କ ବିଜେପିରେ ମିଶ୍ରଣକୁ କଟାକ୍ଷ କରିଥିଲେ ବିଷ୍ଣୁ

572

କନକ ବ୍ୟୁରୋ: ବିଷ୍ଣୁଙ୍କ ଚ୍ୟାଲେଂଜ ପରେ ଜବାବ ରଖିଛନ୍ତି ବିଜେପି ନେତା ଦାମ ରାଉତ । ସେ କହିଛନ୍ତି, ବିଷ୍ଣୁ ଦାସଙ୍କୁ ମୁଁ ରାଜନୀତିକୁ ଆଣିଥିଲି । ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ ବୋଲି ଅତି କଡା ଭାଷାରେ ବିଷ୍ଣୁଙ୍କୁ ଆକ୍ରମଣ କରିଛନ୍ତି ଦାମ । କହିଛନ୍ତି ସାଧାରଣ ଜୀବନରେ ସେ ଜଣେ ଅବାଂଛିତ ବ୍ୟକ୍ତି । ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ । ଏପରିକି ବିଷ୍ଣୁ ବଂଚିଥିବା ଯାଏ ଲୋକସଭା କିମ୍ୱା ବିଧାନସଭା ମାଟି ମାଡି ପାରିବେ ନାହିଁ ବୋଲି ଦାମ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ଦାମଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ବିଷ୍ଣୁ । ବିଜେପିରେ ଦାମ ସାମିଲ ହେବା ପରେ ଏଭଳି ଚାଲେଞ୍ଜ ମାରିଛନ୍ତି ବିଷ୍ଣୁଦାସ । ଦାମଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ବିଷ୍ଣୁ ଦାସ ସମାଲୋଚନା କରି କହିଛନ୍ତି ଦାମ ଶୁଖିଲା ପଦ୍ମନାଡ ଧରି ବଙ୍ଗୋପସାଗରରେ ଉବୁଟୁବୁ ହୋଇ ବୁଡି ଯିବେ ଦାମ । ଏପରିକି ଦାମଙ୍କୁ ସେ କେବେ ନିଜ ପ୍ରତିଦ୍ୱନ୍ଦି ଭାବନ୍ତି ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ଯଦି ଆସ୍ଥାପ୍ରକଟ କରନ୍ତି ତେବେ ଦାମଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ବୋଲି ବିଷ୍ଣୁ କହିଛନ୍ତି । ବିଜେପି ବାଲା ଦଳିତଙ୍କ ଘରେ ଖାଉଛନ୍ତି, ଦାମ ଜାତିଆଣ ମନ୍ତବ୍ୟ ଦେଉଥିବା ବେଳେ ତାଙ୍କୁ କିପରି ଆପଣେଇ ନେଲେ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁଦାସ ।