ବିଲାତି ବାଇଗଣକୁ ନେଇ ଦୁଇ ମନ୍ତ୍ରୀଙ୍କ କଳି : କୃଷି ମନ୍ତ୍ରୀ କହିଲେ, ଫଳେଇବା ମୋର ଦାୟିତ୍ୱ ,ଦର ବୃଦ୍ଧି ସହ କୃଷି ବିଭାଗର ସଂପର୍କ ନାହିଁ

26

କନକ ବ୍ୟୁରୋ : କଳି ଲଗାଇଲା ନାଲି ବିଲାତି । ବିଲାତିର ଦାମ୍ ହଠାତ୍ ବଢିଯିବା ପରେ କୃଷିମନ୍ତ୍ରୀ ଓ ଯୋଗାଣମନ୍ତ୍ରୀ ପରୋକ୍ଷରେ ପରସ୍ପର ଉପରେ ଦୋଷ ଲଦିଛନ୍ତି । ଜଣେ କହୁଛନ୍ତି, ଉତ୍ପାଦନ ପର୍ଯ୍ୟନ୍ତ ତାଙ୍କ କାମ ଏବଂ ଉତ୍ପାଦନ ପରେ ବଂଟନ କାମ ଆଉ ଜଣଙ୍କର । ଆଉ ଜଣେ ମନ୍ତ୍ରୀ କହୁଛନ୍ତି, ବିଲାତିର ଦର ବୃଦ୍ଧି ରୋକିବା ତାଙ୍କ ବିଭାଗର କାମ ନୁହେଁ ।

୨ ମାସରେ ବଢିଲା ଶହେ ଗୁଣ । କିଲୋ ୭୦ ପଇସାରୁ ୭୦ ଟଙ୍କା । ମାତ୍ର ୨ ମାସ ତଳେ ବିଲାତି ଅତି ଶସ୍ତା ଦାମରେ ବିକ୍ରି ହେଉଥିବା ବେଳେ ଏବେ ଏଥିରେ ଲାଗିଛି ନିଆଁ । କିଲୋ ୭୦ରୁ ୮୦ ଟଙ୍କାକୁ ଗଲାଣି । ଦାୟୀ କିଏ? କୃଷି ବିଭାଗ ନା ଯୋଗାଣ ବିଭାଗ?

ଏହି ପ୍ରଶ୍ନ ଆମେ ଉଭୟ କୃଷି ମନ୍ତ୍ରୀ ଦାମ ରାଉତ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ପଚାରିଥିଲୁ । କିନ୍ତୁ ସେମାନଙ୍କ ଉତ୍ତର କେବଳ ମୁଣ୍ଡରୁ ଦୋଷ ଛଡାଇବା ପରି । ଏପଟେ ଟମାଟୋ ଦର ଆକାଶ ଛୁଇଁଲାଣି । ସେପଟେ ଜଣେ ମନ୍ତ୍ରୀ ଅନ୍ୟ ଜଣେ ମନ୍ତ୍ରୀଙ୍କ ଉପରେ ଦୋଷ ଲଦୁଛନ୍ତି । ଆଉ ତା ଭିତରେ ଘାଂଟି ହେଉଛନ୍ତି ଗ୍ରାହକ ।

ଦେଖନ୍ତୁ ଏହି ଭିଡିଓ –